Home ଓଡ଼ିଶା ଅଖିଳ ଭାରତ କୃଷକ ସଭା ଓ ବିକେଏମ୍‌ୟୁ ପକ୍ଷରୁ ବିକ୍ଷୋଭ

ଅଖିଳ ଭାରତ କୃଷକ ସଭା ଓ ବିକେଏମ୍‌ୟୁ ପକ୍ଷରୁ ବିକ୍ଷୋଭ

118

ଭୁବନେଶ୍ୱର, ୧୦/୭ (ଓଡ଼ିଆ ପୁଅ) ଅଖିଳ ଭାରତ କୃଷକ ସଭା (ଏଆଇକେଏସ୍‌) ଓ ଭାରତୀୟ କ୍ଷେତ ମଜଦୁର ୟୁନିୟନ (ବିକେଏମୟୁ) ପକ୍ଷରୁ ଆଜି ଭୁବନେଶ୍ୱରଠାରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି ବିକ୍ଷୋଭରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ ବିକେଏମୟୁ ରାଜ୍ୟ ସମ୍ପାଦକ ସୁର ଜେନା, ଜୟନ୍ତ ଦାସ, ଏନ- ନାରାୟଣ ରେଡ୍ଡି, ଅଶୋକ ସାହୁ, ରୀତା ସେଠୀ, ଛେତମ୍ବର ଭୋଇ ପ୍ରମୁଖ ଯୋଗ ଦେଇ ଦେଶରେ ଅଭୂତପୂର୍ବ ଆର୍ଥିକ ସଂକଟରେ କୃଷକ ଓ କ୍ଷେତ ମୂଲିଆମାନେ ସର୍ବଗ୍ରାସୀ କ୍ଷତିର ଶିକାର ହେଉଛନ୍ତି ବୋଲି କହିଥିଲେ। ଏହାର ପ୍ରଭାବରେ ମଧ୍ୟମ ଶିଳ୍ପଠାରୁ ଆରମ୍ଭ କରି କ୍ଷୁଦ୍ରଶିଳ୍ପ ଓ କୁଟୀରଶିଳ୍ପ ମଧ୍ୟ ପ୍ରଭାବିତ। ସରକାରଙ୍କ କର୍ପୋରେଟ୍ ପ୍ରୀତି ଏହାର ମୁଖ୍ୟ କାରଣ। ଦେଶର ୪୮ ଭାଗ କୃଷକ ଓ କୃଷି ଶ୍ରମିକ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ। କୃଷକ ବିରୋଧି, କ୍ଷେତମୂଲିଆ ବିରୋଧି ଅଧ୍ୟାଦେଶ ପ୍ରତ୍ୟାହାର କରିବା; ପ୍ରତ୍ୟେକ କୃଷକ ଓ କ୍ଷେତମୂଲିଆଙ୍କୁ ମାସିକ ୭, ୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିବା; ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରକୁ ୧୦ କିଲୋ ରାସନ ସାମଗ୍ରୀ ଯୋଗାଇ ଦେବା; ମନରେଗା ଯୋଜନାରେ ପ୍ରତ୍ୟେକ କ୍ଷେତମୂଲିଆଙ୍କୁ ୨୦୦ ଦିନର କାମ ଦେବା ସହ ଦୈନିକ ୬୦୦ ଟଙ୍କା ମଜୁରି ପ୍ରଦାନ; ପେଟ୍ରୋଲ, ଡିଜେଲ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ପ୍ରତ୍ୟାହାର କରିବା; ଦେଶ ବ୍ୟାପୀ ଖାଦ୍ୟ ନିରାପତ୍ତା ଆଇନକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା; କୃଷକ, କ୍ଷେତମୁଲିଆ ଓ ଗ୍ରାମ୍ୟ କାରିଗରମାନଙ୍କ ନିମନ୍ତେ ମାସିକ ୧୦ ହଜାର ଟଙ୍କା ପେନସନ ବ୍ୟବସ୍ଥା କରିବା; ଧାନର ସର୍ବନିମ୍ନ ଦର ସ୍ୱାମୀନାଥନ କମିଶନ ସୁପାରିଶ ଅନୁସାରେ କୁଇଣ୍ଟାଲ ପ୍ରତି ସର୍ବନିମ୍ନ ଟ୩, ୦୦୦/- (ତିନି ହଜାର ଟଙ୍କା) ଧାର୍ଯ୍ୟ କରିବା; କୃଷକ କ୍ଷେତମୁଲିଆମାନଙ୍କ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଫି ଛାଡ଼ କରିବା ପ୍ରଭୃତି ଦାବି ଉପରେ ଏହି ବିକ୍ଷୋଭ ସଂଗଠିତ ହୋଇଥିଲା।

ଏହି ସମସ୍ତ ଦାବି ନେଇ ଦେଶ ତମାମ ବିକ୍ଷୋଭ ପାଇଁ ଏଆଇକେଏସ୍ ଓ ବିକେଏମ୍‌ୟୁ ମିଳିତ ଭାବରେ ୨ୟ ପର୍ଯ୍ୟାୟ ଅଗଷ୍ଟ ୧୦ରୁ ୧୪ ପର୍ଯ୍ୟନ୍ତ ବ୍ଲକ ଓ ଜିଲ୍ଲାସ୍ତରରେ ବିକ୍ଷୋଭ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବା ସହ ୩ୟ ପର୍ଯ୍ୟାୟ ସେପ୍ଟେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ବ୍ଲକ ସ୍ତରରେ ୨୪ ଘଣ୍ଟିଆ ଅନଶନ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି। କୋଭିଡ-୧୯ର ଗାଇଡଲାଇନକୁ ମାନି ଏହି ଆନ୍ଦୋଳନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.