Home ଓଡ଼ିଶା ଜିଲ୍ଲାରେ ଆଜି ୧୮ଜଣ କରୋନା ସଂକ୍ରମିତ ଚିହ୍ନଟ,ମୋଟ୧୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧ଜଣ ସୁସ୍ଥ,ମାଲକାନଗିରି ଓ ବାଲିମେଳା...

ଜିଲ୍ଲାରେ ଆଜି ୧୮ଜଣ କରୋନା ସଂକ୍ରମିତ ଚିହ୍ନଟ,ମୋଟ୧୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧ଜଣ ସୁସ୍ଥ,ମାଲକାନଗିରି ଓ ବାଲିମେଳା ସହର ୨ଦିନ ସଟ୍‌ଡାଉନ୍ ।

193

ମାଲକାନଗିରି,୧୦ା୭( ଓଡିଆ ପୁଅ ) ଦିନକୁ ଦିନ କରୋନା ସଂକ୍ରମଣ ଙ୍କ ସଂଖ୍ୟା ମାଲକାନଗିରି ଜିଲ୍ଲାରେ ବୃଦ୍ଧିପାଇବାରେ ଲାଗିଛି । ଆଜି ଜିଲ୍ଲାରେ ପୁଣି ୧୮ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଆଗଧାଡିର କରୋନା ଯୋଦ୍ଧା ଥିବା ବେଳେ ଅନ୍ୟମାନେ ସ୍ଥାନୀୟ ଜନସାଧାରଣ ରହିଛନ୍ତି । ବିଶେଷ କରି ମାଲକାନଗିରି ପୌରାଚଂଳର ବିଭିନ୍ନସ୍ଥାନରେ  ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଆକ୍ରାନ୍ତ ମାନେ ହେଲେ ବାଲିମେଳା ସହରର ୨ଜଣ,ବାଲିମେଳା ପେଟ୍ରୋଲ ପମ୍ପ ନିକଟ ସାହିର ୨ଜଣ,କାଲିମେଳା ବ୍ଲକସ୍ଥ ଏମଭି୭୫ ଗ୍ରାମର ଜଣେ,ମୋଟୁ ଥାନାର ଜଣେ ପୁଲିସ କର୍ମଚାରୀ କରୋନା ଯୋଦ୍ଧା ଥିବା ବେଳେ ମାଲକାନଗିରି ବ୍ଲକସ୍ଥ ଏମଭି୧୫ଗ୍ରାମରୁ ଜଣେ ଚିହ୍ନଟହୋଇଛନ୍ତି । କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଅଚଂଳଗୁଡିକୁ କଟେଂନମେଟଂ ଓ ବଫର ଜୋନ ଘୋଷଣା କରାଯାଇ ମୁଖ୍ୟରାସ୍ତା ଛକ ଗୁଡିକରେ ପୁଲିସ କଡାପ୍ରହରା ଦେବା ସହିତ ସାହିବସ୍ତି ରାସ୍ତାଗୁଡିକୁ ବନ୍ଦକରିଦିଆ ଯାଇଛି । ୧୦୦ମିଟର ଦୂରତାରେ ଥିବା ଦୋକାନ ବଜାର ଗୁଡିକୁ ବନ୍ଦକରାଯିବା ସହ ସେ ଅଚଂଳରେ ଥିବା ଜନସାଧାରଣଙ୍କୁ ଘରୁ ନବାହାରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଜିର ସଂକ୍ରମିତ ପୁଣି ସ୍ଥାନୀୟ ୧୮ଜଣ ହୋଇଥିବାରୁ ସ୍ୱାସ୍ଥ୍ୟବିଭାଗ ଓ ଜିଲ୍ଲାପ୍ରଶାନର ଚିନ୍ତା ବଢାଇଦେଇଛି । ଆଜିର ସଂକ୍ରମିତ ମାନେ କାହା କାହା ସଂସ୍ପର୍ଷରେ ଆସି ଥିଲେ କି ନାହିଁ ତାହା ସ୍ୱାସ୍ଥ୍ୟବିଭାଗ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାଚଂ ଚାଲିଛି । ଆଜିର ସଂକ୍ରମିତ ଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଛି ୧୩୪ ରେ ସେମାନଙ୍କ ମଧ୍ୟରୁ ୧୦୧ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ଅନ୍ୟ ଆକ୍ରାନ୍ତମାନେ କୋଭିଡ ହସପିଟାଲରେ ଚିକିତ୍ସାଧିନ ଥିବାର ଜିଲ୍ଲାପ୍ରସାସନ ସୁତ୍ରରୁ ଜଣାପଡିଛି । ଆଜି ରାତ୍ର ୮ଟା ଠାରୁ ୧୨ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ମାଲକାନଗିରି ପୌରାଚଂଳ ସହ ବାଲିମେଳା ଏନଏସି ଅଚଂଳକୁ ସଟ୍‌ଡାଉନ୍ ଘୋଷଣା କରାଯାଇ ବିଭିନ୍ନ ଛକସ୍ଥାନ ମାନଙ୍କରେ ବ୍ୟାରିକେଟ ସହ ପୁଲିସ ପ୍ରହରାର ଦେବା ଆରମ୍ଭ କରିଦେଇଛନ୍ତି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, କୋଭିଡ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.