Home ଓଡ଼ିଶା ଟିଡିପିକୁ ଲାଗିଲା ଝଟକା

ଟିଡିପିକୁ ଲାଗିଲା ଝଟକା

433

ନୂଆଦିଲ୍ଲୀ,୧୯/୦୮,(ଓଡ଼ିଆ ପୁଅ /ପି ନାୟକ) :ତେଲେଙ୍ଗାନାରେ ଟିଡିପିକୁ ଲାଗିଛି ଜବରଦସ୍ତ ଝଟକା । ଏହି ଝଟକା ଦେଇଛି ଭାରତୀୟ ଜନତା ପାର୍ଟି । ଗତକାଲି ବିଜେପି କାର୍ଯ୍ୟକାରିଣୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଟିଡିପିର ୬୦ ପ୍ରମୁଖ ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରୀୟ ନେତା ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ପ୍ରାୟ ୧ ହଜାରରୁ ଅଧିକ ଟିଡିପି କର୍ମୀ ବିଜେପିରେ ସାମିଲ୍ ହୋଇଛନ୍ତି।

ଆଗାମୀ ଦିନରେ ବିଜେପି ଏହି ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି ଜୁନରେ ଟିଡିପି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପ୍ରମୁଖ ନେତା ଲଙ୍କା ଦିନାକର କହିଛନ୍ତି। ଏହି ସମସ୍ତ ନେତା କେନ୍ଦ୍ର ସରକାରଙ୍କ ତିନି ତଲାକ ଏବଂ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସମର୍ଥନ ଜଣାଇ ବିଜେପିରେ ମିଶିଥିବା ଦିନାକର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.