Home ଓଡ଼ିଶା ଡିଜିପି ଙ୍କ ମାଲକାନଗିରି ଜିଲ୍ଲାଗସ୍ତ, ୫-ଟି, ମୋ ସରକାର ଓ ମାଓଦମନ ନେଇ ଉଚ୍ଚସ୍ତରୀୟ ବୈଠକ 

ଡିଜିପି ଙ୍କ ମାଲକାନଗିରି ଜିଲ୍ଲାଗସ୍ତ, ୫-ଟି, ମୋ ସରକାର ଓ ମାଓଦମନ ନେଇ ଉଚ୍ଚସ୍ତରୀୟ ବୈଠକ 

148

ମାଲକାନଗିରି, ୨ା୧୧(ଓଡିଆ ପୁଅ ) ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ଡ.ବି.କେ.ଶର୍ମା ମାଲକାନଗିରି ଜିଲ୍ଲାକୁ ଗସ୍ତକରି ରାଜ୍ୟ ସରକାରଙ୍କ ୫-ଟି, ମୋ ସରକାର ଯୋଜନା ଓ ମାଓସମସ୍ୟା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଆଜି ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ସଭାଗୃହ ଠାରେ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଡିଜିପି ଶ୍ରୀ ଶର୍ମା ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ରେ ରାଜ୍ୟ ସରକାରଙ୍କ ୫-ଟି, ମୋ ସରକାର ଯୋଜାନାକୁ କାର୍ଯ୍ୟକାରି କରିବାସହିତ ସରକାରି ଯୋଜନା ଗୁଡିକର ସୁଫଳ କିପରି ଲୋକମାନଙ୍କ ନିକଟରେ ପହଁଚିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ, ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା, ଜିଲ୍ଲାରେ ଥିବା ସମସ୍ତ ଥାନା, ପୁଲିସ ଫାଣ୍ଡିଗୁଡିକ ଲୋକଙ୍କ ସେବାପାଇଁ ଅଛି, ବିଭିନ୍ନ କାମରେ ଆସୁଥିବା ସାଧରଣ ଲୋକଙ୍କୁ ପୁଲିସ ଉତମ ବ୍ୟବହାର ପ୍ରଦର୍ଶନ କରିବାସହ ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବେ, କେହି ବି ଜଣେ ଯେପରି ଥାନାରୁ ନ୍ୟାୟ ନପାଇ ନ ଫେରନ୍ତି ସେଥିପ୍ରତି ଅଧିକାରୀ ମାନେ ଯତ୍ନବାନ ହେବେ ବୋଲି ଡିଜିପି ଶ୍ରୀ ଶର୍ମା କହିଛନ୍ତି, ସ୍ୱତନ୍ତ୍ର ଭାବେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ କୁ ଗୁରୁତ୍ୱ ଦିଆ ଯାଇ ସେଠାରେ ମୋ ସରକାର ଓ ୫-ଟି ଯୋଜାନା କାର୍ଯ୍ୟକାରି କରିବା ସହିତ ମାଓ ମୁକ୍ତ ଅଞ୍ଚଳ କରାଯିବ, ମାଓବାଦୀ ମାନେ ହିଂସାଛାଡି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ, ନଚେତ ମାଓବାଦୀ ମାନଙ୍କୁ ଦୃଢହସ୍ତରେ ଦମନ କରାଯିବା ସହିତ ଆନ୍ଧ୍ର ଓଡିଶା ଛତିଶଗ ତିନୋଟି ରାଜ୍ୟର ମିଳିତ ଅପରେସନକୁ ଯୋରଦାର କରାଯିବ, ଆବଶ୍ୟକ ପଡିଲେ ମାଓପ୍ରବଣ ଅଞ୍ଚଳରେ ଅଧିକ ବିଏସଏଫ ଓ ପୁଲିସ କ୍ୟାମ୍ପ ପ୍ରତିଷ୍ଟା କରାଯିବ, ସ୍ୱାଭିମାନ ଅଞ୍ଚଳରେ ସ୍ୱତନ୍ତ୍ର ଭାବେ ଉନ୍ନୟନମୁଳକ କାର୍ଯ୍ୟର ଯୋଜନା କରାଯାଉଛି ବୋଲି ଡିଜିପି ଶ୍ରୀ ଶର୍ମା ମାଲକାନଗିରି ଗସ୍ତ ସମୟରେ କହିଛନ୍ତି।

ଆଜି ମଧ୍ୟାହ୍ନରେ ମାଲକାନଗିରି ଜିଲ୍ଲାପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ମାଓଦମନ ନୀତି ସଂପର୍କରେ ଡିଜିପି ଶ୍ରୀ ଶର୍ମାଙ୍କ ସହ ଏଡିଜେ ଶ୍ରୀ ଆର.ପି କୋଚେ, ଆଇଜି ଅପରେସନ ଶ୍ରୀ ଆର.କେ.ଶର୍ମା, ବିଏସଏଫ ଡିଆଇଜି ଏସ.ପି.ଏସ.ସାନ୍ଧୁ, କୋରାପୁଟ ଡିଆଇଜି ସଫିନ ଅହମଦ, ମାଲକାନଗିରି ଏସପି ରିଶିକେଶ ଖିଲାରୀ ଡି, ବିଏସଏଫ କମାଣ୍ଡେଂଟ ତ୍ରିନାଥ ଆଚାର୍ଯ୍ୟ, କମାଣ୍ଡେଣ୍ଟ ନରେନ୍ଦ୍ର ସିଂ, କମାଣ୍ଡେଣ୍ଟ ରାଜିବ ସୁନିଲ ମିଞ୍ଜ, ସହକାରି ଏସପି ଉଦ୍ଧବ ଚରଣ ନାୟକ, ଏସଡିପିଓ ପି.ଏସ ମୀନା, ଏସଡିପିଓ ମାନସରଞ୍ଜନ ବାରିକଙ୍କ ସହିତ ଅନ୍ୟାନ୍ୟ ଉଚ୍ଚପୁଲିସ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ରୁଦ୍ଧ ଦ୍ୱାରରେ ଉଚ୍ଚସ୍ତରୀୟ ଆଲୋଚନା ସହିତ ମାଓସମୀକ୍ଷା ବୈଠକ କରିଥିଲେ। ପୁର୍ବ ଅପେକ୍ଷା ଓଡିଶାରେ ମାଓ ହିଂସା କମିଛି, ପୁଲିସ ଦ୍ୱାରା ବହୁ ମାଓବାଦୀଙ୍କ ଦୁର୍ଗ ଭୁଷିଡି ପଡିବା ସହିତ ଅନେକ ମାଓବାଦୀ ହିଂସା ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଏହି ସମୀକ୍ଷା ବୈଠକ ପରେ ମୋ ସରକାର ଯୋଜନା ସଂପର୍କରେ ମାଲକାନଗିରି ଜିଲ୍ଲାର ସମସ୍ତ ଥାନା ଅଧିକାରୀ, ପୁଲିସ ଫାଣ୍ଡି ଅଧିକାରୀ, ପୁଲିସ କର୍ମଚାରୀମାନଙ୍କୁ ନେଇ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ସେହି କର୍ମଶାଳାରେ ଡିଜିପି ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ୫-ଟି ଓ ମୋ ସରକାର ଯୋଜନା ସଂପର୍କରେ ପାଠପଢାଇ ଥିଲେ। ଶେଷରେ ମାଲକାନଗିରି ଜିଲ୍ଲାପାଳ ମୀନଷ ଅଗ୍ରୱାଲ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ୫-ଟି, ମୋ ସରକାର ଯୋଜନା ସହ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଡିଜିପି ଶ୍ରୀ ଶର୍ମା ଆଲୋଚନା କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.