Home ଓଡ଼ିଶା ଡାଟା ଆଦାନପ୍ରଦାନ ପାଇଁ ସିବିଡିଟି ଓ ଏମ୍‌ଏସ୍‌ଏମ୍‌ଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଡାଟା ଆଦାନପ୍ରଦାନ ପାଇଁ ସିବିଡିଟି ଓ ଏମ୍‌ଏସ୍‌ଏମ୍‌ଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

84

ନୂଆ ଦିଲ୍ଲୀ ୨୨-୭ (ଓଡ଼ିଆ ପୁଅ) ଡାଟା ଆଦାନପ୍ରଦାନ କ୍ଷେତ୍ରରେ ଅଂଶୀଦାର ହେବା ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଅନୁସାରେ ସବିଡିଟି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟକୁ ଆବଶ୍ୟକ ଡାଟା ବା ତଥ୍ୟାବଳୀ ଯୋଗାଇବ। ଆୟକର ବିଭାଗର ପ୍ରମୁଖ ମହାନିର୍ଦେଶକ (ସିଷ୍ଟମ) ଶ୍ରମତୀ ଅନୁ ଜେ ସିଂହ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଉନ୍ନୟନ କମିସନର ଦେବେନ୍ଦ୍ର କୁମାର ସିଂହ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।

ଏହି ଚୁକ୍ତି ଫଳରେ ଆୟକର ରିଟର୍ଣ୍ଣ ସଂକ୍ରାନ୍ତ ସୂଚନାବଳୀ ଆଦି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ନିରନ୍ତର ପାଇବ। ଏହି ସୂଚନାବଳୀକୁ ଆଧାର କରି ମନ୍ତ୍ରଣାଳୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକର ବର୍ଗୀକରଣ କରିବ। ଏହି ବର୍ଗୀକରଣ ପାଇଁ ଗତ ଜୁନ୍‌୨୬ ତାରିଖରେ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଆୟକର ବିଭାଗର ତଥ୍ୟ ତାହାକୁ କାର୍ଯ୍ୟକାରୀ କରିବାରେ ସହାୟକ ହେବ। ସ୍ୱାକ୍ଷରିତ ହେବା ଦିନଠାରୁ ଏହି ବୁଝାମଣାପତ୍ର କାର୍ଯ୍ୟକାରୀ ହୋଇଛି। ଡାଟା ଆଦାନପ୍ରଦାନ ସଂକ୍ରାନ୍ତ କାର୍ଯ୍ୟ ପରିଚାଳନା କରିବା ପାଇଁ ଉଭୟ ପକ୍ଷ ନିଜ ନିଜର ନୋଡାଲ ଏବଂ ବିକଳ୍ପ ନୋଡାଲ ଅଫିସର ନିଯୁକ୍ତି କରିବେ। ଦୁଇପକ୍ଷ ମଧ୍ୟରେ ଏହି ବୁଝାମଣା ସହଯୋଗର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.