Home କୋରାପୁଟ ଡାକ୍ତର ଅଭାବରୁ ଡାଇଲେସିସ କେନ୍ଦ୍ର ବନ୍ଦ ହୋଇଯିବ !

ଡାକ୍ତର ଅଭାବରୁ ଡାଇଲେସିସ କେନ୍ଦ୍ର ବନ୍ଦ ହୋଇଯିବ !

328

କୋରାପୁଟ ; ତା୧୦-୦୬-୧୯(ଓଡିଆପୁଅ /ରଂଜନ କୁମାର ଦାସ) ପିପିପି ମୋଡରେ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଏକ ଡାଇଲେସିସ କେନ୍ଦ୍ର ରହିଛି ।୭ ଟି ବେଡ ରହିଛି ଓ କିଡନୀ ରୋଗୀମାନେ ଏଠାରେ ଡାଇଲେସିସି କରଥାନ୍ତି ।କିନ୍ତୁ ଉକ୍ତ କେନ୍ଦ୍ରରେ ରହିଥିବା ଡାକ୍ତର ମଧୁସୂଦନ ମହାପାତ୍ର ଇସ୍ତାଫା ପ୍ରଦାନ କରିଥିବାରୁ ବିନା ଡାକ୍ତରରେ କେନ୍ଦ୍ର ଚଳେଇବା ସୁବିଧାଜନକ ନ ଥିବାରୁ କେନ୍ଦ୍ର ବନ୍ଦ କରିବାକୁ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଦିନେଶ କୁମାର ସାହୁ ନିଷ୍ପତି ନେଇଥିବାରୁ ରୋଗୀ ଓ ରୋଗୀ ସଂପର୍କିୟ ମଧ୍ୟରେ ଚିନ୍ତା ବଢିଯାଇଥଲା ।ଏ ସଂପର୍କରେ ରୋଗୀ ସଂପର୍କିୟମାନେ ସହରର ସାମ୍ବାଦିକାମାନଙ୍କୁ ସମସ୍୍ୟାର ସମାଧାନ କରିବାକୁ ସୁଚନା ଦେଇଥିଲେ ।କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ ସାମ୍ବାଦିକମାନେ କହିବା ପରେ ରାହି କେୟାରର ଏମଡି ଏସ.ତୟାଲଙ୍କ ସହ ମୋବାଇଲରେ କଥାବାର୍ତା କରି ତୁରନ୍ତ ଡାକ୍ତର ନିଯୁକ୍ତ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।ମାସକୁ ପୂର୍ବରୁ ଡାକ୍ତର ଇସ୍ତାଫା ଦେଇଥିବା ବେଳେ କିପରି ଉକ୍ତ ସଂସ୍ଥା ଡାକ୍ତର ନିଯୁକ୍ତ ନ କରି ଚୁପ ବସିବା ଓ ୨ ଦିନ ମଧ୍ୟରେ ଡାକ୍ତର ନିଯୁକ୍ତ କରିବା ସନେ୍ଦହ ସୃଷ୍ଟି କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।ଏହାପରେ କୋରାପୁଟ ବିଧାୟକ ରଘୁରାମ ପଡାଲ ସହୀ୩ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଥିବା ଡାଇଲେସିସ କେନ୍ଦ୍ରକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି ।ହସପିଟାଲର ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ମନୋଜ ଜେନା , ମ୍ୟାନେଜର ଶୁୁଭେନ୍ଦୁ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ ।ତୁରନ୍ତ ସମସ୍୍ୟାର ସମାଧାନ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।ଉକ୍ତ ସଂସ୍ଥା କୋରାପୁଟ ସିଡିଏମଓଙ୍କ ସହ ଚୁକ୍ତି କରିଥିବାରୁ କଲେଜ କର୍ତୂପକ୍ଷ କିଛି କରିପାରିବେ ନାହିଁ କେବଳ ଜଣେ ଡାକ୍ତର ତଦାରଖ ନିମନ୍ତେ ଦେଇଥିବା ଡାକ୍ତର ଜେନା ପ୍ରକାଶ କରିଥିଲେ ।
ଡାକ୍ତର ନ ଆସିଲେ ଗୁରୁତର ରୋଗୀଙ୍କ ଡାଇଲେସିସ କରିବା ସମ୍ଭବପର ନୁହେଁ ବୋଲି କେନ୍ଦ୍ରର ମ୍ୟାନେଜର ଦିନେଶ ସାହୁ ପ୍ରକାଶ କରିଛନ୍ତି । ଏ ସଂପର୍କରେ ଆମ୍ଭେ ଆମ୍ଭର ଭୁବନେଶ୍ୱରରେ ଥିବା କର୍ତୂପକ୍ଷଙ୍କୁ ଅବଗତ କରାଇଛୁ ବୋଲି ସେ ସୂଚନା ଦେଇଥିଲେ ।ବିଦ୍ୟୁତ ଗଲେ ଡାଇଲେସିସି ହୋଇପାରେ ନାହିଂ ଓ ଅନେକ ଦିନ ହେବା କର୍ମଚାରୀମାନେ ବେତନ ପାଇ ନ ଥିବା ସେ ପ୍ରକାଶ କରିଥିଲେ ।ଏଠାରେ ଅନେକ ସମସ୍ୟା ଥିଲେ ମଧ୍ୟ ଆମ୍ଭେମାନେ ନିୟମିତ ରୋଗୀସେବା କରୁଛୁ ବୋଲି ସେ ସୂଚନା ଦେଇଥିଲେ ।ଦୈତ ଶାସନ ହେଲେ କିପରି ଅସୁବିଧା ହୁଏ ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।ଏଠାରେ କେତେ ରୋଗୀ ଡାଇଲେସିସ କଲେ ତାହାର ହିସାବ କେନ୍ଦ୍ର କର୍ମଚାରୀ କଲେଜ ହସପିଟାଲ ଅଧିକ୍ଷକଙ୍କୁ ପ୍ରଦାନ କରିଥାନ୍ତି ।ଅଧ୍ୟକ୍ଷ ଉକ୍ତ ନଥିପତ୍ର ଯାଂଚ କରିବା ପରେ କୋରାପୁଟ ସଦର ମହକୁମା ଡାକ୍ତରଖାନାର ଏଡିଏମଓଙ୍କ ପାଖକୁ ଯାଇଥାଏ ଓ ଏଡିଏମଓ ଯାଂଚ କରିବାପରେ ସିଡିଏମଓଙ୍କ ପାଖକୁ ପଠାଇବା ପରେ କଂପାନୀ ତାର ପ୍ରାପ୍ୟ ଅର୍ଥ ପାଇଥାଏ ।ଏହି ପ୍ରକ୍ରିୟାକୁ ସରଲୀକରଣ କରାଯାଉ ନତୁବା ଉକ୍ତ କେନ୍ଦ୍ରକୁ କଲେଜ ହସପିଟାଲକୁ ଦାୟିତ୍ୱ ଦେବାକୁ ଦାବି ହେଉଛି । କେନ୍ଦ୍ର ବନ୍ଦ ହୋଇଗଲେ ବହୁତ ଅସୁବିଧା ହେବ ବୋଲି ରୋଗୀ ସଂପର୍କିୟ ଅନିତା ଦଳେଇ ପ୍ରକାଶ କରିଥିଲେ ।ରୋଗୀ ଏବେ ବାହାରକୁ ଯିବା ଅବସ୍ଥାରେ ନାହାନ୍ତି ବୋଲି ସେ ସୂଚନା ଦେଇଥିଲେ ।ଯଦି କେନ୍ଦ୍ର ବନ୍ଦ ହୋଇଯିବ ତେବେ ଏଠାରେ ଡାଇଲେସିସ କରୁଥିବା ୪୦ ଜଣ ରୋଗୀ ମୃତ୍ୟୁବରଣ କରିବେ ବୋଲି ରୋଗୀ ସଂପର୍କିୟ ସୁରେନ୍ଦ୍ର ପ୍ରଧାନ ଆଶଙ୍କା କରିଛନ୍ତି ।ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.