Home ଓଡ଼ିଶା ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ଉଦ୍ୟମକୁ ନିନ୍ଦା ‘ବିଜେପି ସାଇବର ଆର୍ମି’ବିରୋଧରେ ବିଜେଡିର ଏତଲା

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ଉଦ୍ୟମକୁ ନିନ୍ଦା ‘ବିଜେପି ସାଇବର ଆର୍ମି’ବିରୋଧରେ ବିଜେଡିର ଏତଲା

153

ବାଲେଶ୍ୱର, ୮ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ସାଇବର ଆର୍ମି, ବିଜେପି ଓଡ଼ିଶା(ଅଫିସିଆଲ)’ପକ୍ଷରୁ ସୋସିଆଲ ମିଡିଆରେ କରାଯାଇଥିବା କଦର୍ଥ ଚିତ୍ରଣକୁ ତୀବ୍ର ନିନ୍ଦା କରିଛିି ବାଲେଶ୍ୱରର ବିଜୁ ଜନତା ଦଳ। ଏନେଇ ବିଜେଡି ପକ୍ଷରୁ ସହଦେବଖୁଣ୍ଟା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଦେଶର ଶ୍ରେଷ୍ଠ ପ୍ରଶାସକର ମାନ୍ୟତା ପାଇଥିବା ତଥା କୋଟି କୋଟି ଓଡ଼ିଆଙ୍କ ପ୍ରିୟନେତା ଭାବେ ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ଚାଲିଥିବା ମହାନ ବ୍ୟକ୍ତିତ୍ୱଙ୍କୁ ଏଭଳି ଚିତ୍ରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଜିଲ୍ଲା ବିଜେଡିର କର୍ମକର୍ତ୍ତାମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ପାଇଁ ହୋଇଥିବା ଏହି ହୀନ ଉଦ୍ୟମ ବିରୋଧରେ ତୁରନ୍ତ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦଳ ପକ୍ଷରୁ ଦାବି ହୋଇଛି। ନତୁବା ଆଗାମୀ ଦିନରେ ବିଜେଡି ଆନ୍ଦୋଳନମୁଖୀ ହେବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦଳ ପକ୍ଷରୁ ‘ସାଇବର ଆର୍ମି, ବିଜେପି ଓଡ଼ିଶା(ଅଫିସିଆଲ)’ ବିରୋଧରେ ସହଦେବଖୁଣ୍ଟା ଥାନାଧିକାରୀ କୃଷ୍ଣଚନ୍ଦ୍ର ପଲେଇଙ୍କୁ ଏତଲା ପ୍ରଦାନ କରାଯାଇଥିଲା। ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଫଟୋଚିତ୍ରକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ଘଟଣାରେ ପୁଲିସ ଯେତେବେଳେ ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ଅତଏବେ ଏ କ୍ଷେତ୍ରରେ ବି ପୁଲିସ ଉଚିତ ପଦକ୍ଷେପ ନେବ ବୋଲି ବିଜେଡି କର୍ମୀମାନେ ଆଶା ପ୍ରକାଶ କରିଥିଲେ। ଏତଲା ପ୍ରଦାନ ବେଳେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପୂର୍ବତନ ପୌରପାଳ ଆଲୋକ ସାହୁ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ କୁମାର ରାଉତ, ବରିଷ୍ଟ ବିଜେଡି ନେତା ବିନୋଦ ପାଣି, ଭବନାନନ୍ଦ ଦାସ, ଶତ୍ରୁଘ୍ନ ମଲ୍ଲିକ, ପ୍ରଣୟ କୁମାର ପଣ୍ଡା, ଜିତେନ୍ଦ୍ର ଉପାଧ୍ୟାୟ, ସନତ୍ ଦାସ, ଉତ୍ପଳ ମହାନ୍ତି, ସୁଲଳିତ କର, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଶୁଭେନ୍ଦୁ ମଙ୍ଗରରାଜ, ବିଜୁ ଛାତ୍ରଜନତା ଦଳ ଜିଲ୍ଲା ସଭାପତି ଶ୍ରୀମନ ଦାସମହାପାତ୍ର, ମହିଳା ନେତ୍ରୀ ସ୍ୱାଗତିକା ବାରିକ, ରୋଜି ପଟ୍ଟନାୟକ, ସାଗର ଦାସ ପ୍ରମୁଖଙ୍କ ସମେତ ଜିଲ୍ଲା ବିଜେପି ତଥା ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ବହୁ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.