Home କେନ୍ଦୁଝର ଡାକସେବକ ସଂଘରା ବୈଠକ

ଡାକସେବକ ସଂଘରା ବୈଠକ

80

ହାଟଡିହି- ୧୬ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ଉପଖଣ୍ଡ ଡାକସେବକ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏôତରେ ୫୦ରୁ ଉର୍ଦ୍ଧ ଗ୍ରାମୀଣ ଡାକ ସେବକ ଯୋଗଦେଇଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବାଂଶପାଳ ଉପଡାକଘରର ଡାକପାଳ ଗିରିଶ ଚନ୍ଦ୍ର ନାୟକ ଯୋଗଦେଇ ଗ୍ରାମୀଣ ଡାକ ସେବକ ମାନଙ୍କର ବହୁବିଧ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦୁଝର ଗ୍ରାମୀଣ ଡାକସେବକ ସଂଘ ସମ୍ପାଦକ ସଞ୍ଜୟ କୁମାର ପଣ୍ଡା ଗ୍ରାମୀଣ ଡାକସେବକ ମାନଙ୍କର ସମସ୍ୟା କିପରି ସମାଧାନ ହେବ ସମସ୍ତଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ । ଏହି ବୈଠକରେ ଫକିରପୁର ଡାକଘରର ଡାକପାଳ ଅନନ୍ତ ଚରଣ ସାହୁ ସଭାପତିତ୍ୱ କରିଥିବାବେଳେ ବଞ୍ଚୋଶାଖାର ଡାକପାଳ ବ୍ରଜକିଶୋର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶରତ ଜେନା, ଉମାକାନ୍ତ ରାଉତ, ସସ୍ମିତା ବେହେରା, ରୀନାରାଣୀ ପଲେଇ, ଅଜୟ ସୁର ପ୍ରମୁଖ ଡାକସେବକ ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.