Home ଜିଲ୍ଲା ପରିକ୍ରମା ଗୋପାଳପୁରରେ ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ଗୋପାଳପୁରରେ ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

28

ବାହାନଗା,୩ା୧୨( ଭାରତୀ ଦାସ/ ଓଡ଼ିିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ପଶୁଡାକ୍ତର ଖାନା ପଡ଼ିଆରେ ଶ୍ରୀଜଗନ୍ନାଥ ଦିବ୍ୟାଙ୍ଗ ସେବା ସଂସ୍ଥା ତରଫରୁ ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ସଭାପତି ସନାତନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଉଦଘାଟକ ଭାବେ ସମାଜସେବୀ ସୁବାସିନୀ ଜେନା ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଆବାହକ ଭିନ୍ନକ୍ଷମ ଓଡ଼ିଶା ଭଦ୍ରକର ଚିନ୍ତାମଣୀ ରାଉତ, ସମ୍ମାନିତ ଅତିଥି ଭାବେ ବାହାନଗା ବିଡ଼ିଓ ରଘୁନାଥ ପାଣିଗ୍ରାହୀ, ତହସିଲଦାର ରାଜେନ୍ଦ୍ର ନାରାୟଣ କର, ବାହାନଗା ବ୍ଲକ ସାମାଜିକ ମଙ୍ଗଳ ଅଧିକାରୀ ପ୍ରସନ୍ନ କୁମାର ବାରିକ, ସ୍ଥାନୀୟ ସରପଞ୍ଚ ଯୋଗେଶ ଚଦ୍ର ପତି ଯୋଗ ଦେଇ ଦିବ୍ୟାଙ୍ଗଙ୍କ ଯୋଜନା ବାବଦରେ ଅଭିଭାଷଣ ରଖିଥିଲେ । ସମ୍ପାଦକ ସନ୍ତୋଷ କୁମାର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିବା ସହ ଅଭିଭାଷଣ ରଖିଥିଲେ । ବ୍ଲକ ତରଫରୁ ଭାସ୍କର ବେହେରା, ଉପେନ୍ଦ୍ର ଗୋଚ୍ଛାୟତ, ଦୁତିକା ସେଠୀ ଓ ଯୋଗେଶ ଚନ୍ଦ୍ର ଜେନାଙ୍କୁ ଟ୍ରାଇ ସାଇକେଲ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲ । ପରେ ସମାଜସେବୀ ଶ୍ରୀମତୀ ଜେନାଙ୍କ ଦ୍ୱାରା ପ୍ରଦତ୍ତ ୧୫୦ କମଳ ଅତିଥି ମାନଙ୍କ ଦ୍ୱାରାବଣ୍ଟନ କରାଯାଇଥିଲା । ଶେଷରେ ଦିବ୍ୟାଙ୍ଗ ଅନନ୍ତ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ଅର୍ଥ ବିଭାଗର ଦାୟିତ୍ୱ ସୁଦର୍ଶନ ଗୋଚ୍ଛାୟତକୁ ଦିଆ ଯାଇଥିବା ବେଳେ ସୁରେନ୍ଦ୍ର ମଳିକ, ଜ୍ୟୋତିରଞ୍ଜନ ଶିଅଳ, ମହେନ୍ଦ୍ର ବାରିକ, କପିଳେନ୍ଦ୍ର ଦାସ, କମଳାକାନ୍ତ ସେନାପତି, ବୈଦ୍ୟନାଥ ଖୁଣ୍ଟିଆ ପ୍ରମୁଖ ସହଯୋଗ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.