Home ଜିଲ୍ଲା ପରିକ୍ରମା ଡ଼ାକ ବିଭାଗ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ସାଧାରଣ ହଟହଟ୍ଟା

ଡ଼ାକ ବିଭାଗ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ସାଧାରଣ ହଟହଟ୍ଟା

81

ଟିଟିଲାଗଡ଼ ୨୨-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ଟିଟିଲାଗଡ଼ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ତଥା କୋର୍ଟ ପରିସରରେ ଥିବା ଡ଼ାକ ବିଭାଗ କାର୍ଯ୍ୟାଳୟ ବନ୍ଦ ରହିବା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପୋଷ୍ଟ ଅଫିସରେ ଦାଇତ୍ୱ ରତ ଅଧିକାରୀ ନିଜ ମନଇଚ୍ଛା ଖୋଲିବା ଓ ମନମୁଖୀ ଭାବେ ବନ୍ଦ କରିବା ଯୋଗୁଁ ଆଖ ପାଖ ଓ ଦୂର ଦୂରାନ୍ତରୁ ଆସୁଥିବା ସାଧାରଣ ଏପରିକି ଜରୁରୀ କାଳୀନ ଡ଼ାକ ଗ୍ରହଣ କରିବା ଓ ମୁଖ୍ୟ ଡ଼ାକ କାର୍ଯ୍ୟାଳୟକୁ ପଠେଇବା ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସାର ହେଉଛି। ସୁକନ୍ୟା ଯୋଜନା ଓ ମନିଅର୍ଡର ତଥା ପୋଷ୍ଟାଲ ଅର୍ଡର ଆଦି କାର୍ଯ୍ୟ ପାଇଁ ଯାଇ ନିରାଶ ହେବା ଓ ଲିଙ୍କ ନ ଥିବା ବାହାନା ଦେଖାଇ ହଇରାଣ କରୁଥିବା ଅଭିଯୋଗ ହେଉଛି। ମାତ୍ର କିଛି ସମୟ ପାଇଁ ଖୋଲି ବନ୍ଦ କରି ଦେବା ଓ ଦିନ ଦିନ ନ ଖୋଲିବା ପାଇଁ ବିଭିନ୍ନ ଅଦାଲତ ନିର୍ଦ୍ଦେଶ ଚିଠି ପତ୍ର ସଠିକ ସମୟରେ ନ ପାଇ ଅନେକ ଗିରଫ ହୋଇ କୋର୍ଟ ଚାଲାଣ ହେବା ପରି ଗୁରୁତର ଅଭିଯୋଗ ହୋଇଆସୁଛି। ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଉଚ୍ଚ ବିଭାଗୀୟ ଅଧିକାରୀ ଗ୍ରହଣ କରିବା ନିମନ୍ତେ ଦୃଢ଼ ଦାବି ହୋଇ ଆସୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.