Home ଜିଲ୍ଲା ପରିକ୍ରମା ଡଲଫିନ ଗଣନା ଆରମ୍ଭ, ୪୭ ଡଲଫିନ୍‌କୁ ଖୋଜିବ ଜଙ୍ଗଲ ବିଭାଗ

ଡଲଫିନ ଗଣନା ଆରମ୍ଭ, ୪୭ ଡଲଫିନ୍‌କୁ ଖୋଜିବ ଜଙ୍ଗଲ ବିଭାଗ

39

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ, ବ୍ରାହ୍ମଣୀ, ଖୋଳା ଓ ଧାମରା ନଦୀରେ ଡଲଫିନ ଗଣନା ଆରମ୍ଭ ହୋଇଛି । ଭିତରକନିକା ଅଭୟାରଣ୍ୟର ଜଙ୍ଗଲ ବିଭାଗ ଦ୍ୱାରା ଡଲଫିନ୍ ଗଣନା କାର୍ଯ୍ୟରେ ୮ ଜଣିଆ ଦୁଇଟି ଟିମ୍ ଦ୍ୱାରା ଆରମ୍ଭ ହୋଇଛି । ପୂର୍ବବର୍ଷରେ ୫୦ଟି ଡଲଫିନ୍ ଥିଲା ଏହି ଜଙ୍ଗଲ ଇଲାକାରେ । ୨୦୧୮ ଡଲଫିନ୍ ଗଣନା ବେଳେ ମାତ୍ର ୩ଟି ଡଲଫିନ୍ ଠାବ ହୋଇଥିବାବେଳେ ବାକି ୪୭ ଟି ଡଲଫିନ୍ ଅଭୟାରଣ୍ୟର ଚାରିକଡରେ ଥିବା ନଦୀ ନାଳରୁ କୁଆଡେ ଉଭାନ ହେଲେ ତାର ପତ୍ତା ମିଳୁନଥିଲା । ହେଲେ ଚଳିତବର୍ଷ ପୁଣି ଖୋଜିବା ଆରମ୍ଭ ହୋଇଛି । ଗତ ୨୦୧୮ ଜାନୁଆରୀରୁ ୧୯ ତାରିଖ ଠାରୁ ୨୧ ତାରିଖ ଯାଏ ୩ ଦିନ ଧରି ୩ଟି ଟିମ୍ ଡଲଫିନ୍ ଗଣୁଥିବାବେଳେ ୨୦୧୯ ରେ ୪ଟି ଟିମ୍‌, ୨୦୨୦ ରେ ୫ଟି ଟିମ୍ ଓ ୨୦୨୧ ରେ ୮ଟି ଟିମ୍ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ସାରା ରାଜ୍ୟରେ ବାଘ, ହାତୀ, ପକ୍ଷୀ, କୁମ୍ଭୀର ଓ କଇଁଛ ଗଣନା ଭଳି ୨୦୧୫ ରୁ ଭିତରକନିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଥିଲା । ରାଜ୍ୟରେ ୬ଟି ପ୍ରଜାତିର ୨୮୦ ଟି ଡଲଫିନ୍ ମଧ୍ୟରୁ କେବଳ ଭିତରକନିକା ଅଭୟାରଣ୍ୟ ପାଶ୍ୱର୍ରେ ୫୦ଟି ଡଲଫିନ୍ ରହିଛନ୍ତି ବୋଲି ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ୨୦୧୫ ରେ ଏହି ଡଲଫିନ୍ ଗଣନା ପାଇଁ ରାଜ୍ୟ ଜଂଗଲ ବିଭାଗର ଯେତିକି ଆନ୍ତରିକତା ଥିଲା, ତା ପରଠାରୁ ତାହା ପ୍ରୟାସ କମି କମି ଯାଇଥିଲା ।

ଭିତରକନିକା ଅଭୟାରଣ୍ୟ ମଧ୍ୟରେ ତାଲିକା ହୋଇଥିବା ୫୦ଟି ଡଲଫିନ୍ ୨୦୧୮ ଗଣନା ବେଳକୁ ୪୭ ଟି ଉଭାନ ହୋଇଗଲେ । ଗଣନା ପରେ ଜଣାପଡିଥିଲା ଭିତରକନିକା ଅଭୟାରଣ୍ୟରେ ଥିବା ନଦୀ-ନାଳ ଗୁଡିକରେ ଯେତେ ପରିମାଣରେ ଡଲଫିନ୍ ଆତଯାତ ହେଉଛନ୍ତି, ତାହା ରାଜ୍ୟରେ ଦ୍ୱିତୀୟ । ଧାମରା ମୁହାଣରେ କାଳିଭଞ୍ଜଡିଆଁ ଜଙ୍ଗଲ ପାଶ୍ୱର୍ରେ ବିରଳ ପ୍ରଜାତିର ଇରାୱାଡି ଡଲଫିନ୍‌ର ସନ୍ଧାନ ମିଳିଥିଲା । ଏହି ଅଭୟାରଣ୍ୟରେ ସନ୍ଧାନ ମିଳିଥିବା ଡଲଫିନ୍ ମାନଙ୍କ ମଧ୍ୟରୁ ଇରାୱାଡି, ବଟଳନୋଜ୍‌, ସୌସାଚାଇନିଜ୍‌, ସୌସାପ୍ଲୁମ୍ବେଖା, ଫିନଲେସ୍ ଡଲଫିନ୍ ଜାତିର ବୋଲି ଉଲ୍ଲେଖ ହୋଇଥିଲା । କାଳିଭଞ୍ଜିଡିଆଁ ଓ ଧାମରା-ମନ୍ତେଇ ନଦୀ ମୁହାଁଣରେ ଇରାୱାଡି ଡଲଫିନ୍ ଦେଖିବାକୁ ମିଳିଥିଲାବେଳେ ବାବୁବାଲି ଓ ଏକକୁଳାନାସିରେ ବଟଲନୋଜ୍ ଓ ଅନ୍ୟ ପ୍ରଜାତିର ଡଲଫିନର ସନ୍ଧାନ ରେକର୍ଡ ପ୍ରସ୍ତୁତ ହୋଇଥିଲା । ୫୦ ରୁ ଅଧିକ ଇରାୱାଡି ଡଲଫିନ୍ ଭିତର କନିକାରେ ସନ୍ଧାନ ମିଳିବା ଜଂଗଲ ବିଭାଗ ପାଇଁ ସେତେବେଳେ ଖୁସିର ଖବର ବୋଲି ଅଧିକାରୀମାନେ କହିôଥଲେ । ୨୦୧୭ କୁମ୍ଭୀର ଗଣନା ବେଳକୁ ଏହି ୫୦ ଡଲଫିନ୍‌ରୁ କେବଳ ୪ଟି ଡଲଫିନ୍ ନଳିତା ପାଟିଆ ନିକଟ ମୁହାଣ ମୁହଁରେ ଦେଖାଯାଇଥିାବେଳେ ଧାମରା ଅପରପାଶ୍ୱର୍ କାଳିଭଞ୍ଜଡିଆଁ ଜଂଗଲ ପାଶ୍ୱର୍ରେ ଦୁଇଟି ଡଲଫିନ୍‌କୁ ମିଶାଇ ମୋଟ ୬ଟି ଡଲଫିନ୍‌ର ଖୋଜ ଖବର ମିଳିଲା । ୨୦୧୮-୧୯ ଗଣନା ବେଳକୁ ଏହା ୩ଟିକୁ ଖସି ଆସିଥିବାବେଳେ ୨୦୨୦ ରେ କିଛି ମିଳିନଥିଲା । ୨୦୨୧ ରେ ସେଥିପାଇଁ ୮ଟି ଟିମ୍ ତନାଘନା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.