Home କେନ୍ଦୁଝର ରାସ୍ତା ଚିହ୍ନଟ ବେଳେ ଉତ୍ତେଜନା

ରାସ୍ତା ଚିହ୍ନଟ ବେଳେ ଉତ୍ତେଜନା

47

ହାଟଡିହି -୧୮/୧୨, (ଓଡିଆପୁଅ / ବିକାଶ ବିଶ୍ୱାଳ) ବରାଙ୍ଗରୁ ସୁନ୍ଦରାପାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସରକାରୀ ଅନୁଦାନ ଆସିଥିଲେ ମଧ୍ୟ ରାସ୍ତା ଜବରଦଖଲ ଥିବାରୁ ରାସ୍ତା ନିର୍ମାଣରେ ବିଳମ୍ବ ଘଟୁଥିଲା । ଦୁଇବର୍ଷ ହେଲା ରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ଜିରୋରୁ ପାଞ୍ଚଶହ ମିଟର ପର୍ଯ୍ୟନ୍ତ ରାସ୍ତାକୁ ଗାଁର ଦୁଇଜଣ ବ୍ୟକ୍ତି ନିଜସ୍ୱ ପଟ୍ଟାଭୁକ୍ତ ଜମିବୋଲି ଦାବିକରି ରାସ୍ତା ନିର୍ମାଣ କରାଇ ଦେଉନଥିଲେ । ପରେ ଏନେଇ ଗ୍ରାମବାସୀ ଓ ଜମି ମାଲିକଙ୍କ ନିଷ୍ପତିକ୍ରମେ ଆଜି ସଢ଼ା ରାଜସ୍ୱ ଅଧିକାରୀ ସନ୍ତୋଷ କୁମାର ନାୟକ ଓ ତାଙ୍କ କର୍ମଚାରୀ ମାନେ ଜମି ଚିହ୍ନଟ କରିବା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଏହାକୁ ସମାଧାନ କରାଯାଇ ମାପଚୁପ ହେବାରୁ ୨୨ରୁ ୨୩କଡି ରାସ୍ତାର ଜମି ଚି÷ହ୍ନଟ କରାଯାଇଥିଲା । ଏଥିରେ ଦୁଇପଟର ଜମି ମାଲିକଙ୍କ ସହ ଜମ୍ଭୀରା ସମିତିସଭ୍ୟ ପ୍ରଭାତ ରାଉତଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ । ଆସନ୍ତା କାଲିଠାରୁ ଠିକାଦାର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିବା ଗ୍ରାମବାସୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.