Home ଜିଲ୍ଲା ପରିକ୍ରମା ଧର୍ମପ୍ରାଣ ମହିଳାଙ୍କ ଦେହାନ୍ତ

ଧର୍ମପ୍ରାଣ ମହିଳାଙ୍କ ଦେହାନ୍ତ

36

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଆଇନ୍‌ଜୀବୀ ଗଦାଧର ବଳଙ୍କ ମାତା ଜଖିମଣି ବଳଙ୍କର ୯୫ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଛି । ନିଜ ପୈତୃକ ଗ୍ରାମ ଭଦ୍ରକ ବ୍ଲକ୍ ଇଚ୍ଛାପୁର ନିକଟସ୍ଥ ବରାଙ୍ଗ ଗ୍ରାମରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇ ସମାଜସେବୀ ତଥା ତ୍ୟାଗଭୂମି ସମ୍ମେଳନର ସଭାପତି ଅଜୟ ନାୟକ, ଆଇନ୍‌ଜୀବୀ ଦୀପକ ସାହୁ, ସନାତନ ଦୀକ୍ଷିତ, ରଶ୍ମିରଂଜନ ଦୀକ୍ଷିତ, ଦେବାଶିଷ ନାୟକ, ସଂଜୟ ମାଝୀ ତଥା ସମାଜର ବିଭିନ୍ନ ବର୍ଗର ବହୁ ମାନ୍ୟଗଣ୍ୟ ବିଭିନ୍ନ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ୰ ଜଖିମଣି ବଳ ଜଣେ ଧର୍ମପ୍ରାଣ ମହିଳା ଥିଲେ । ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ଦୀର୍ଘ ଦିନ ହେବ ପୀଡିତ ଥିଲେ । ବଡପୁଅ ଦାମୋଦର ବଳ ମୁଖାଗ୍ନୀ ଦେଇଥିବାବେଳେ କନିଷ୍ଠ ପୁତ୍ର ଗଦାଧର ବଳ, ପୁତ୍ରବଧୂ ଶାନ୍ତିଲତା, ଶିକ୍ଷୟିତ୍ରୀ ଅହଲ୍ୟା, ଚାରି କନ୍ୟା ଓ ଜ୍ୱାଇଁ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ବିଶ୍ୱାଳ, ସରୋଜ ନାୟକ, କୈଳାସ ଭୋଇ, ଗିରିଧାରୀ ସାମଲ, ନାତି ସ୍ମୃତିରଂଜନ, ସୁଦୀପ୍ତ ରଂଜନ, ଶାଶ୍ୱତ ରଂଜନ, ରଶ୍ମିରଂଜନ, ଦେବବ୍ରତ, ପ୍ରିୟବ୍ରତ, ବଧୂ ଉପସ୍ଥିତ ରହି ଶେଷକୃତ୍ୟ ସଂପନ୍ନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.