Home ଜିଲ୍ଲା ପରିକ୍ରମା କୃଷକ ବିରୋଧୀ ବିଲ୍ ପ୍ରତ୍ୟାହାର ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

କୃଷକ ବିରୋଧୀ ବିଲ୍ ପ୍ରତ୍ୟାହାର ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

7

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ଦେଶରେ କରୋନା ମହାମାରୀ ତାର କାୟା ବିସ୍ତାର କରିଥିବାବେଳେ ନରେନ୍ଦ୍ର ମୋଦିଙ୍କ ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍ ୧୯୫୫ କୁ ସଂଶୋଧନ ନକରି ‘କଣ୍ଟ୍ରାକ୍ଟ ଫାର୍ମିଂ ବିଲ୍‌’ ଅଧ୍ୟାଦେଶ ବଳରେ ଦେଶର କୃଷି କ୍ଷେତ୍ରକୁ କର୍ପୋରେଟ କଂପାନୀ ହାତକୁ ଟେକିଦେଇ ଚାଷୀମାନଙ୍କୁ ଯେଭଳି ଧାନର ସହାୟକ ଦର ଓ କୃଷିଜାତ ସାମଗ୍ରୀର ଉଚିତ୍ ମୂଲ୍ୟ ପାଇବାରୁ ବଂଚିତ କରିଛନ୍ତି, ତାହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଆଜି ଜିଲା କୃଷକ ସଭା ଓ ମିଳିତ କୃଷକ ସଂଘର୍ଷ ବାହିନୀ ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ କୃଷକ ନେତାମାନେ ମତବ୍ୟକ୍ତ କରିଛନ୍ତି । ଏଥିପୂର୍ବରୁ ଉଭୟ ସଂଘ ପକ୍ଷରୁ କୃଷକମାନଙ୍କର ଏକ ବିଶାଳ ଶୋଭାଯାତ୍ରା ଏଆଇକେଏସ୍‌ସିସି, ଭଦ୍ରକ ଶାଖା, ଚାଷୀ ମୂଲିଆ ସଂଘ, ଭଦ୍ରକ ଶାକା ଓ ମିଳିତ କୃଷକ ସଂଘର୍ଷ ବାହିନୀ କୃଷକ ସଭା ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ବିଶିଷ୍ଟ ଅଧିବକ୍ତା ତଥା ସିଟୁ ଜିଲା ସଭାପତି ଦିବ୍ୟସିଂହ ନାୟକ ଓ କୃଷକ ନେତା ସୁଶାନ୍ତ ଜେନାଙ୍କ ନେତୃତ୍ୱରେ ସମଗ୍ର ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲା । ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଶିଷ୍ଟ କୃଷକ ନେତା ଚନ୍ଦ୍ରଶେଖର ନାୟକ, ରାଧା ଦାସ, ଅଭିରାମ ବଳ, ପ୍ରଫୁଲ୍ଲ ପାଢୀ, ଟୁନି ଜେନା, ସେକ୍ କାଲୁ, ବିନୋଦ ସାହୁ, ସେକ୍ ସତ୍ତାର, ସେକ୍ ରିଆଜ, ଅଜୟ ନାୟକ ପ୍ରମୁଖ ଯୋଗଦେଇ ମୋଦି ସରକାରଙ୍କ କୃଷକ ମାରଣ ନୀତି, ଦରଦାମ ବୃଦ୍ଧି, ରାଷ୍ଟ୍ରୀୟ କଳକାରଖାନାକୁ ବିକ୍ରି ଓ ବେକାରୀ ବୃଦ୍ଧି ନୀତିକୁ ପ୍ରତିବାଦ ପୂର୍ବକ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଆଜି ଏକ ସଙ୍ଗରେ ଜିଲାର ଚାନ୍ଦବାଲି, ତିହିଡି, ବାସୁଦେବପୁର, ବନ୍ତ, ଧାମନଗରରେ ମଧ୍ୟ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଶେଷରେ ଏକ ପ୍ରତିନିଧି ଦଳ ଜିଲା ପ୍ରଶାସନକୁ ଭେଟି ସେମାନଙ୍କର ୮ ଦଫା ସମ୍ବଳିତ ଦାବିପତ୍ର ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.