Home ଓଡ଼ିଶା ଡକାୟତି ପୂର୍ବରୁ ପୁଲିସ ଜାଲରେ ୫ ଡକାୟତ

ଡକାୟତି ପୂର୍ବରୁ ପୁଲିସ ଜାଲରେ ୫ ଡକାୟତ

830

ରାଉରକେଲା ୨୮-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ବ୍ୟାଙ୍କର ଡକାୟତି କରିବାକୁ ଉଦ୍ୟମ କରୁଥିଲେ ମାତ୍ର ସଫଳ ହେଲାଣି। ପୁଲିସ ଜାଲରେ ଧରାପଡ଼ିଛନ୍ତି ୫ କୁଖ୍ୟାତ ଡକାୟତ। ପୁଲିସ ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ୩ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ସବୁ ଡକାୟତର ଘର ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଅଂଚଳରେ ବୋଳି ରାଉରକେଲା ଡିଏସପି ଅମସୀ ପଣ୍ଡା ଓ ପ୍ଲାଂଟସାଇଟ ଥାନାଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଗିରଫ ଡକାୟତ ମାନେ ହେଲେ ଟୋଟନ ଦଳାଇ, ଅନନ୍ତ ଜେନା, ହାଇଦର ଅଲ୍ଲୀ, ଶେଖ ନୂର ଓ ଶେଖ ଚାନ୍ଦ। ଗିରଫ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ଫେରାର ୩ ଡକାୟତଙ୍କୁ ପୁଲିସ ଖୋଜୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.