Home ଅନୁଗୁଳ ଏନ୍‌.ଟି.ପି.ସି କଣିହାଁ ଦ୍ୱାରା ଶତ ପ୍ରତିଶତ ପି.ଏଲ.ଏଫ ହାସଲ

ଏନ୍‌.ଟି.ପି.ସି କଣିହାଁ ଦ୍ୱାରା ଶତ ପ୍ରତିଶତ ପି.ଏଲ.ଏଫ ହାସଲ

150

ତାଳଚେର,୧୧/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ମେ ମାସ ୯ ତାରିଖରେ ଏନ୍‌.ଟି.ପି.ସି ତାଳଚେର କଣିହାଁ ଶତ ପ୍ରତିଶତ ପ୍ଲାଂଟ ଲୋଡ଼ ଫ୍ୟାକ୍ଟର (ପି.ଏଲ.ଏଫ୍‌) ହାସଲ ଅବା କ୍ଷମତାର ଉପଯୋଗ କରି ମାଇଲଖୁଂଟ ହାସଲ କରିବାକୁ ଦେଶର ସର୍ବୋଚ୍ଚ ଷ୍ଟେସନମାନଙ୍କ ମଧ୍ୟରେ ସ୍ଥାନ ହାସଲ କରିପାରିଛି । ଦେଶର ସର୍ବବୃହତ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଏନ୍‌.ଟି.ପି.ସି ଏହାର ୩ଟି ତାପଜ ବିଦ୍ୟୁତ କେନ୍ଦ୍ରରେ ମେ ୯ତାରିଖରେ ଶତ ପ୍ରତିଶତ ପ୍ଲାଂଟ ଲୋଡ଼ ଫ୍ୟାକ୍ଟର ହାସଲ କରିବାକୁ ସକ୍ଷମ ହୋଇଛି । ମଧ୍ୟପ୍ରଦେଶର ବିନ୍ଧ୍ୟାଂଚଳ(୪୭୬୦ ମେଗାୱାଟ),ଓଡ଼ିଶାରେ ଏନ୍‌.ଟି.ପି.ସି ତାଳଚେର କଣିହାଁ(୩୦୦୦ ମେଗାୱାଟ) ଏବଂ ଛତିଶଗଡ଼ସ୍ଥିତ ଏନ୍‌.ଟି.ପି.ସି ସିପାଟ୍ (୨୯୮୦ ମେଗାୱାଟ) ପ୍ରକଳ୍ପ ଶତ ପ୍ରତିଶତ ପି.ଏଲ.ଏଫ୍ ହାସଲ କରି ଅତୁଳନୀୟ କାର୍ଯ୍ୟ କ୍ଷମତା ଏବଂ ସର୍ବୋଚ୍ଚ କ୍ଷମତା ବ୍ୟବହାର ପ୍ରଦର୍ଶନ କରିଛି । ଏଥିସହିତ ହିମାଚଳ ପ୍ରଦେଶର ଏନ୍‌.ଟି.ପି.ସି କୋଲଡାମ୍ ଆର୍ଥିକ ବର୍ଷ ୨୦-୨୧ ନିମନ୍ତେ ଦେଶର ସର୍ବୋତମ ଜଳ ବିଦ୍ୟୁତକେନ୍ଦ୍ର ଭାବେ ଉଭା ହେବାକୁ ଯାଉଛି । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଏବଂ ଏହାର କର୍ମଚାରୀମାନଙ୍କର କଲ୍ୟାଣ ନିଶ୍ଚିତ କରିବାକୁ ଏନ୍‌.ଟି.ପି.ସି ତାଳଚେର କଣିହାଁ ସର୍ବନିମ୍ନ ମାନବ ସମ୍ବଳ ବ୍ୟବହାର ପୂର୍ବକ କାର୍ଯ୍ୟ କରୁଛି, କର୍ମଚାରୀ ମାନେ ଏହାର ବ୍ୟାପକ ଇନଫରମେସନ ଟେକ୍ନୋଲୋଜି ସହାୟତାରେ ସିଫ୍ଟରେ କାର୍ଯ୍ୟ କରୁଛନ୍ତି । ମହାମାରୀ କୋଭିଡ-୧୯ ପରିପ୍ରେକ୍ଷୀରେ ଦେଶ ବ୍ୟାପି ଲକ୍ ଡାଉନ୍ କୁ ଦୃଷ୍ଟିରେ ରଖି ୩ହଜାର ମେଗାୱାଟ ବିଶିଷ୍ଟ ଏନ୍‌.ଟି.ପି.ସି ତାଳଚେର କଣିହାଁ ପ୍ରକଳ୍ପ ଏନ୍‌.ଟି.ପି.ସି.ର ୨ୟ ବୃହତମ ବିଦ୍ୟୁତ କେନ୍ଦ୍ର ଭାବେ ପୂର୍ବ,ଦକ୍ଷିଣ ଏବଂ ଉତର ପୂର୍ବ ଭାରତକୁ ନିରନ୍ତର ଭାବେ ବିଜୁଳି ଯୋଗାଇ ଦେବା ନିମନ୍ତେ ଦିବାରାତ୍ର କାର୍ଯ୍ୟ କରୁଛି । ଉକ୍ତ କେନ୍ଦ୍ରରେ ଅପରେସନ ଏବଂ ମେଂଟେନାନ୍ସ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଏବଂ ଶ୍ରମିକମାନଙ୍କର ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ବିଦ୍ୟୁତ ଉତ୍ପାଦନ ବ୍ୟତୀତ ଏନ୍‌.ଟି.ପି.ସି ତାଳଚେର କଣିହାଁ କୋଭିଡ-୧୯ ପରିସ୍ଥିତି ମଧ୍ୟରେ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଜାରି ରଖିଛି । ବିଦ୍ୟୁତ କେନ୍ଦ୍ର ପକ୍ଷରୁ ବଡ଼ ଅବଦାନ ପୂର୍ବକ ସମାଜର ଅବହେଳିତ ବର୍ଗ ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ରାସନ ସାମଗ୍ରୀ,ମାସ୍କ ଆଦି ଯୋଗାଇ ଦିଆଯାଉଛି । ଏନ୍‌.ଟି.ପି.ସି କୋଭିଡ-୧୯ ବିରୋଧରେ ଲଢ଼େଇ ଜାରି ରଖି ଏହାର ଦେଶ ବ୍ୟାପି ସମସ୍ତ ପ୍ରତିଷ୍ଠାନ ଏବଂ ବିଦ୍ୟୁତ କେନ୍ଦ୍ରରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ସମସ୍ତ ନିୟମାବଳୀକୁ କଡ଼ାକଡ଼ି ପାଳନ କରୁଛି ।
ଏନ୍‌.ଟି.ପି.ସି ଗ୍ରୁପ ସମୁଦାୟ ୬୨,୧୧୦ ମେଗାୱାଟ କ୍ଷମତା ସହ ଏନ୍‌.ଟି.ପି.ସିରେ ୨୪ଟି କୋଇଲା ଭିତିକ,୭ଟି ଚକ୍ର ଗ୍ୟାସ୍‌/ତରଳ ଇନ୍ଧନ,ଗୋଟିଏ ଜଳ ବିଦ୍ୟୁତ,୧୩ଟି ନବୀକରଣୀୟ ଉର୍ଜ୍ଜା ସମେତ ୨୫ଟି ଜେଭି ପାୱାର କେନ୍ଦ୍ର ଅନ୍ତର୍ଭୁକ୍ତ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.