Home ଓଡ଼ିଶା ଠେଙ୍ଗାପାଳି ମହିଳା ଓ ବନ ବିଭାଗ ଙ୍କ ବିବାଦର ସମାଧାନ

ଠେଙ୍ଗାପାଳି ମହିଳା ଓ ବନ ବିଭାଗ ଙ୍କ ବିବାଦର ସମାଧାନ

101

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୧- ନୟାଗଡ ବନଖଣ୍ଡ ର ଦର୍ପନାରାୟଣପୁର ବନପାଳଙ୍କ ଅଧିନରେ ଥିବା ଛାଞ୍ଚୁଣିଆ ଶାଗୁଆନ ଜଙ୍ଗଲ ଗଛକଟା କୁ ନେଇ ବନ ବିଭାଗ ଓ ଗୁଣ୍ଡୁରାବାଡି ଗ୍ରାମର ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଜାନୁଆରୀ ୧ ତାରିଖ ଠାରୁ ସୃଷ୍ଟି ହୋଇଥିଲା । ଠେଙ୍ଗାପାଳିରେ ଜଙ୍ଗଲ ଜଗୁଥିବା ମହିଳାମାନେ ବନ ବିଭାଗ କଟା ଯାଇଥିବା ଶାଗୁଆନ କାଠଗଣ୍ଡିକୁ  ଜବତ କରି ନେଇ ଯାଇଥିବାରୁ ବିରୋଧ କରିଥିଲେ ।  ଯାହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାରୁ ପୋଲିସ ହସ୍ତକ୍ଷେପ କରି ସମାଧାନ ପାଇଁ ବୈଠକ ଡକାଯାଇଥିଲା । ଜାନୁଆରୀ ୨ ତାରିଖ ବୈଠକରେ ବନ ବିଭାଗ ଉପସ୍ଥିତ ନରହିବାରୁ ଜାନୁଆରୀ ୩ ତାରିଖ ମଧ୍ୟାନ୍ନରେ ବୈଠକ ବସିଥିଲା ।

ବୈଠକର ନିଷ୍ପତି ଅନୁଯାଇ ବନ ବିଭାଗ ଜବତ କରି ନେଇଥିବା କାଠଗଣ୍ଡିରୁ ଅଧାକାଠ ନିଜ ହେପାଜତରେ ଗୁଣ୍ଡରାବାଡି ଗ୍ରାମରେ ପହଂଚାଇବେ । ମହିଳା ମାନେ ଠେଙ୍ଗାପାଳି କରି ଜଙ୍ଗଲ ଜଗୁଥିବା କଥା କୁ ବିଭାଗୀୟ ଅଧିକାରୀ ମାନେ ସ୍ୱୀକାର କରିଥିଲେ । ଭବିଷ୍ୟତରେ ବନ ବିଭାଗ ଓ ଠେଙ୍ଗାପାଳିରେ ଜଗୁଥିବା ମହିଳା ମାନେ ପାରସ୍ପରିକ ସମ୍ମାନ ପ୍ରଦାନକରି ମିଳିତ ଭାବରେ ଜଙ୍ଗଲ ସୁରକ୍ଷା କରିବେ ବୋଲି ନିଷ୍ପତି ହୋଇଥିଲା । ଏହି ବୈଠକରେ ପଞ୍ଚିରିଡା ବନାଞ୍ଚାଳ ଅଧିକାରିଣୀ ଅର୍ଚ୍ଚନା ଗମାଗୋ , ଦର୍ପନାରାୟଣପୁର ବନପାଳ ରମେଶ ମଲ୍ଲିକ , ଜଙ୍ଗଲ ସୁରକ୍ଷା ପରିଷଦ ସର୍ମ୍ପାଦକ ଅରକ୍ଷିତ ସାହୁ , ଭଦ୍ରବ୍ୟକ୍ତି ଜୟକୃଷ୍ଣ ଦଳବେହେରା  , ପାଣ୍ଡବ ସେଠୀ , ଠେଙ୍ଗାପାଳିରେ ଜଗୁଥିବା ମହିଳା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.