Home ଜିଲ୍ଲା ପରିକ୍ରମା ଠିପି ଖୋଲା ମଦ ଦୋକାନକୁ ବିରୋଧ କରି କଂଗ୍ରେସର ପ୍ରତିବାଦ

ଠିପି ଖୋଲା ମଦ ଦୋକାନକୁ ବିରୋଧ କରି କଂଗ୍ରେସର ପ୍ରତିବାଦ

53

ଭଦ୍ରକ, ୩ । ୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଏନଏସି ଅଂଚଳ ଅନ୍ତର୍ଗତ ତଥା ଧାମନଗର-ଚୁଡାକୁଟୀ ରାସ୍ତା ରାହାପିତା ନିକଟସ୍ଥ ରାସ୍ତା କଡରେ ସରକାରଙ୍କ ପକ୍ଷରୁ ଏକ ଠିପି ଖୋଲା ମଦ ଦୋକାନ (ବାର) ଖୋଲିବାକୁ ନେଇ ଆଜି ଧାମନଗର ବ୍ଲକ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହିତ ପଥପ୍ରାନ୍ତ ପ୍ରତିବାଦ ସଭା କରାଯାଇଛି । ପ୍ରକାଶ ଯେ ଯେଉଁ ଠାରେ ଏହି ମଦ ଦୋକାନ ଖୋଲା ଯାଉଛି ତାର ପାଶ୍ୱର୍ବର୍ତୀ ଦଇପୁର, ଚୁଡାକୁଟୀ, କଲ୍ୟାଣୀ ଓ ଗୋବିନ୍ଦପୁର ଆଦି ପଂଚାୟତ ରହିବା ସହିତ ଭଦ୍ରକକୁ ସଂଯୋଗ କରୁଥିବା ଏହା ମୁଖ୍ୟ ରାସ୍ତା ଅଟେ । ଏବଂ ସେଠାରେ ମନ୍ଦିର ସହିତ ଜନବସତି ରହିଛି । ଦୈନିକ ଶହଶହ ଲୋକଙ୍କ ଯାତାୟାତ ସହ ସ୍କୁଲ, କଲେଜରେ ପଢୁଥିବା କୋମଳମତି ବିଦ୍ୟାର୍ଥୀ ଏହି ରାସ୍ତା ଦେଇ ଯିବାଆସିବା କରିଥାନ୍ତିା ଏଠାରେ ଏହି ଠିପି ଖୋଲା ମଦ ଦୋକାନ ଖୋଲାଗଲେ ସାଧାରଣ ଲୋକଙ୍କ ଉପରେ କୁପ୍ରଭାବ ପଡିବ । ଠିପିଖୋଲା ମଦ ଦୋକାନ ପୂର୍ବରୁ ଫୁଡ ଲାଇସିନ୍ସି କରାଯାଇ ଗୋଟିଏ ହୋଟେଲ କିମ୍ବା ରେଷ୍ଟୁରାଟ କରାଯିବାର କିଛି ବର୍ଷ ପରେ ସେହି ସ୍ଥାନରେ ଠିପିଖୋଲା ମଦ ଦୋକାନ ପାଇଁ ପ୍ରସ୍ଥାବ ଦିଆଯାଇଥାଏା ଏହାପରେ ସେହି ସ୍ଥାନରେ ବାର କରିବା ଲାଗି ଅନୁମତି ଲୋଡାଯାଇଥାଏା ତେବେ ଏସବୁ ପ୍ରକ୍ରିୟା ଅନୁସରଣ ନ କରି ସିଧାସଳଖ ମଦ ବାର ଖୋଲିବା ଲାଗି ମସୁଧା କରାଯାଉଛିା ଏପରିକି ବାର ପାଇଁ ଜନଶୁଣାଣି ମଧ୍ୟ କରାଯାଇ ନାହିାଁ ତା ଛଡା ମଦ ବାର ଖୋଲିବା ଲାଗି ସେଠାରେ ରାସ୍ତା କଡରେ ଥିବା ଗଛ ଗୁଡିକୁ ମଧ୍ୟ କାଟି ଦିଆଯାଇଛିା ରାହାପିତା ଭଳି ଗ୍ରାମାଂଚଳ, ଜନବସତି ସହ ଧାମନଗର ବ୍ଲକ ଓ ଏନଏସି ଅଫିସ ଥିବାରୁ ଏଭଳି ମଦ ବାର ଖୋଲିବାକୁ ବିରୋଧ କରିଛି କଂଗ୍ରେସ ଏନେଇ ଆଜି କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଥପ୍ରାନ୍ତ ପ୍ରତିବାଦ ସଭା କରାଯାଇଛିା ଏହାସହ ମଦ ବାର ବନ୍ଦ କରିବା ଲାଗି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଧାମନଗର ବିଡିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦଳର ନିର୍ବାଚନ ମଣ୍ଡଳୀସ୍ତରୀୟ ନେତା ବିଦ୍ୟାଧର ଯେନା, ହୃଦାନନ୍ଦ ସେଠୀ, ନରେନ୍ଦ୍ର ମଲ୍ଲିକ, ପ୍ରଦୀପ୍ତ ଦାସ, ପ୍ରସନ୍ନ ଧଳ, ସମିତିସଭ୍ୟ ରମେଶ ବେହେରା, ହରେକୃଷ୍ଣ ଦେବତା, ଚିନ୍ତାମଣି ବାରିକ, ହରେକୃଷ୍ଣ ସେଠୀ, ସେକ ନିଜାମୁଦ୍ଦିନ, ଗୋପବନ୍ଧୁ ଜେନା, ସୁଧୀର ଖଟୁଆ, ରବିନ୍ଦ୍ର ଜେନା, ପ୍ରଭାତ ପଣ୍ଡା, ଅଜିତ ପଣ୍ଡା, ରାଧାଶ୍ୟାମ ବାରିକ, ବିଷ୍ଣୁଚରଣ ଜେନା, ସନ୍ତୋଷ ଜେନା, ଲକ୍ଷ୍ମୀନାରାୟଣ ମିଶ୍ର, ସଂଗ୍ରାମ ନାୟକ, ମନୋଜ ଭୂୟାଁ, କୃଷ୍ଣଚନ୍ଦ୍ର ବେହୁରିଆ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.