Home ଜିଲ୍ଲା ପରିକ୍ରମା କାର ଅଟକାଇ ଯୁବକଙ୍କୁ ଆକ୍ରମଣ, ଜଣେ ଅଟକ

କାର ଅଟକାଇ ଯୁବକଙ୍କୁ ଆକ୍ରମଣ, ଜଣେ ଅଟକ

27

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଆରଡି ଛକ ଠାରେ ଜଣେ କାର୍ ଚାଳକଙ୍କୁ ୩ଜଣ ଦୁର୍ବୃତ୍ତ ଅଟକାୟୀ ତାଙ୍କୁ ଆକ୍ରମଣ କରିବା ସହିତ ଗାଡି କାଗଜପତ୍ର ଓ ଟଙ୍କା ପଇସା ଛଡାଇବାକୁ ଉଦ୍ୟମ କରିଥିଲେ । ତେବେ ପୁଲିସ ଭ୍ୟାନ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ଖସିଯିବାକୁ ସକ୍ଷମ ହୋଇଥିବା ବେଳେ ଜଣେ ଯୁବକ ଧରାପଡି ଥାନାରେ ଅଟକ ରହିଛନ୍ତି । ଧାମନଗର ଥାନା ଅନ୍ତର୍ଗତ ଦକ୍ଷିଣବାଡ ଗ୍ରାମର ଧୀରେନ୍ଦ୍ର କର ନାମକ ଜଣେ ଯୁବକ ତାଙ୍କ ଓଡି୦୨ଏବି ୭୯୧୮ ଗାଡିରେ ଭଦ୍ରକ ଆସୁଥିବା ବେଳେ ଆରଡି ଛକ ପୋଲ ନିକଟରେ କାର୍‌ଟିକୁ ଅଟକାଇ କାରକୁ ଗୋଇଠା ବିଧା ମାରିବା ସହିତ କାର ଚାଳକଙ୍କ ମାଡ ମାରିଥିଲେ । ତାଙ୍କ ଠାରୁ କାଗଜପତ୍ର, ଟଙ୍କା ଆଦି ଛଡାଇବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ପୁଲିସ ଭ୍ୟାନ ଆସୁଥିବା ଦେଖି ସମସ୍ତ ଦୁର୍ବୃତ୍ତ ଖସି ପଳାଇଥିଲେ, ମାତ୍ର ଜଣେ ଯୁବକ ଧରା ପଡିଥିଲା । ଧରା ପଡିଥିବା ଯୁବକ ଜଣକ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଆନ୍ତର୍ଗତ ରଟିଣା ଗ୍ରାମର ଦେବବ୍ରତ ଜେନା । ପୁଲିସ ଦେବବ୍ରତଙ୍କୁ ଥାନାକୁ ନେଇ ଅଟକ ରଖିଥିବା ବେଳେ ସେ ବ୍ୟବହାର କରୁଥିବା ଓଡି ୩୩ଏ ୧୫୧୫ ବାଇକ୍‌ଟିକୁ ମଧ୍ୟ ରଖିଛି । ଏ ନେଇ ଧୀରେନ୍ଦ୍ର ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୂର୍ବ ଶତୃତାକୁ ନେଇ ଏପରି ଆକ୍ରମଣ ହୋଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.