Home ଓଡ଼ିଶା ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ, ଦୋକାନକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତିଲେ ଡ୍ରାଇଭର

ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ, ଦୋକାନକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତିଲେ ଡ୍ରାଇଭର

128

ଟିଟିଲାଗଡ଼ ୫-୮ (ଓଡ଼ିଆ ପୁଅ//ସନ୍ତୋଷ ନାୟକ) ସହରରେ ବେଆଇନ ଜବର ଦଖଲ ବୃଦ୍ଧି ପାଇ ଚାଲିଥିବା ବେଳେ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆ ନ ଯିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ସହର ରେ ବିନା ବାଇପାସ ରେ ରେଳ ଓଭର ବ୍ରିଜ ନିର୍ମାଣ ସହ ସହର ର ମୁଖ୍ୟ ହାଟପଦା ଦୈନିକ ଓ ସାପ୍ତାହିକ ବଜାର କୁ ସୁବ୍ୟବସ୍ଥିତ କରା ନ ନିବା ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଏହି ମୁଖ୍ୟ ବଜାର ଦେଇ ଜାନ ବାହାନ ଓ ଯାତାୟାତ ଚାଲିଥିବା ବେଳେ ଘଣ୍ଟା, ଘଣ୍ଟା ଟ୍ରାଫିକ ସମସ୍ୟା ଦେଖା ଦେବା ରୁ ଲୋକେ ହନ୍ତସନ୍ତ ହେବା ସାର ହେଉଛି। ସେହିପରି ଏକ ଟ୍ରକ ଏହି ବଜାର ଦେଇ ଯିବା ବେଳେ କିଛି ଲୋକ ବିରୋଧ କରିବାରୁ ଉକ୍ତ ଟ୍ରକ ଫେରାଇବା ବେଳେ ଦୁର୍ଘଟଣା ର ଶିକାର ହୋଇଛି।

ସେହିପରି ସହର ର ବିଭିନ୍ନ ସ୍ଥାନରେ ଯଥା ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ରେଳ ଅଣ୍ଡର ବ୍ରିଜ ଯୋଗୁଁ ସମସ୍ୟା ଆଉ ବଢିଯାଇଛି। ଏପରିକି ଟିଟିଲାଗଡ଼ ମୁଖ୍ୟ କାରାଗାର କଡରେ ସରକାରୀ ନିୟମ ଉଲଂଘନ କରି ଦୋକାନ ଗୃହ ନିର୍ମାଣ କରାଯାଉଥିଲେ ସୁଦ୍ଧା ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଏହି ସହର ର ଟ୍ରାଫିକ ବ୍ୟବସ୍ଥା ଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦୃଢ଼ ଦାବି ହେଉଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.