Home ଓଡ଼ିଶା ଟ୍ରାଫିକ ନିୟମ କଡାକଡି ହୋଇଥିଲେ ମଧ୍ୟ ପୁରୀରେ ତାର ପ୍ରଭାବ ଦେଖିବାକୁ ମିଳିନଥିଲା

ଟ୍ରାଫିକ ନିୟମ କଡାକଡି ହୋଇଥିଲେ ମଧ୍ୟ ପୁରୀରେ ତାର ପ୍ରଭାବ ଦେଖିବାକୁ ମିଳିନଥିଲା

782

ପୁରୀ, ୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ସମଗ୍ର ରାଜ୍ୟରେ ଟ୍ରାଫିକ ନିୟମକୁ କଡାକଡି ପାଳନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ସୁଧା ଏଠାରେ ତାର ବିଶେଷ ପ୍ରଭାବ ପଡିଥିବା ଦେଖାଯାଇନଥିଲା।

ଆଜି ମଧ୍ୟ ପୁରୀ ସହରରେ ବିନା ହେଲମେଟ ଓ ବାଇକରେ ୩ଜଣ ବସି ଯାତାୟାତ କରୁଥିଲେ ମଧ୍ୟ ଧରପଗଡ ନଥିବା ଯୋଗୁଁ ବାଇକ ଚାଳକମାନେ ଅନ୍ୟାୟାସରେ ଯାତାୟାତ କରୁଥିବା ଦେଖାଯାଇଥିଲା। କାଁଭାଁ ସମୁଦ୍ର କୂଳ ଅଂଚଳରେ ଗୋଟିଏ ୨ଟି ଯାଗାରେ ସ୍ଥାନରେ ଗାଡି ଯାଂଚ କରାଯାଉଥିବା ଦେଖାଯାଇଥିଲା।

ପୁରୀ ସହର ଏକ ଅଜବ ସହର ଯେଉଁଠାରେ ସମସ୍ତ ବେଆଇନ କାର୍ଯ୍ୟ ଆଇନସିଦ୍ଧ ବୋଲି କୁହାଯାଉଛି। ଜିଲ୍ଲା ପୁଲିସ ପ୍ରଶାସନ ଏଦିଗରେ କଡାକଡି ପଦକ୍ଷେପ ନେବା ସହ ବିଭିନ୍ନ ଛକ ଓ ରାସ୍ତାରେ ହେଲମେଟ ପ୍ରଦୂଷଣ ସାର୍ଟିଫିକେଟ ଗାଡିର କାଗଜ ପତ୍ର ଓ ଡିଏଲ ଯାଂଚ କରାଯାଇ କାଗଜପତ୍ର ନଥିବା ଓ ଡିଏଲ ନଥିବା ବାଇକ ଚାଳକ ମାନଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଦ୍ଧୀଜୀବୀ ମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.