Home ଜିଲ୍ଲା ପରିକ୍ରମା ଟ୍ରାନ୍ସଜେଣ୍ଡରଙ୍କୁ ପରିଚୟପତ୍ର ପ୍ରଦାନ

ଟ୍ରାନ୍ସଜେଣ୍ଡରଙ୍କୁ ପରିଚୟପତ୍ର ପ୍ରଦାନ

33

ଯାଜପୁର୦୩.୦୬(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଂଗ ବ୍ୟକ୍ତି ମାନେ ସମାଜର ଏକ ଅଙ୍ଗ। ସେମାନଙ୍କର ପରିଚୟ ଓ ସୁରକ୍ଷା ପାଇଁ ସରକାର ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଗୁରୁବାର ଯାଜପୁର ଜିଲ୍ଲାପାଳ ଚକ୍ରବର୍ତୀ ସିଂହ ରାଠୋରଙ୍କ ଅନୁମୋଦନ କ୍ରମରେ ଟ୍ରନ୍ସଜେଣ୍ଡର ପରିଚୟପତ୍ର ଚିନୁ ସାହୁଙ୍କୁ ପ୍ରଦାନ କରାଯାଇଛି। ଯାଜପୁର ରୋଡରେ ରହୁଥିବା ଚିନୁ ଏହି ପରିଚୟପତ୍ରକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ରନାଥ ବେହେରାଙ୍କ ସହଯୋଗରେ ପାଇଥିବାରୁ ଖୁସିବ୍ୟକ୍ତ କରିଥିଲେ। ଏହି ପରିଚୟପତ୍ର ଦ୍ୱାରା ସେମାନେ ନିଜକୁ ବିଭିନ୍ନ ସ୍ଥାନରେ ପରିଚିତ କରାଇବା ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ବ୍ୟବହୃତ କରିପାରିବେ ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏହି ପରିଚୟପତ୍ରକୁ ଚିନୁଙ୍କୁ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ ବିଭାଗୀୟ କର୍ମଚାରୀ ବୈଦ୍ୟନାଥ ବିଶ୍ୱାଳ, ସେହ୍ନାଶିଷ ମିଶ୍ର, ଭଗବାନ ଜେନା ପ୍ରମୁଖ ଏହି ପରିଚୟପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.