Home ଓଡ଼ିଶା ଅବ୍ୟବହୃତ ଓ ଅବ୍ୟବସ୍ଥା ଭିତରେ ନୟାଗଡ଼ ପୁରୁଣା ଜେଲ

ଅବ୍ୟବହୃତ ଓ ଅବ୍ୟବସ୍ଥା ଭିତରେ ନୟାଗଡ଼ ପୁରୁଣା ଜେଲ

35

ନୟାଗଡ଼, ୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଖୋର୍ଦ୍ଧା-ବଲାଙ୍ଗୀର ୫୭ ଜାତୀୟ ରାଜପଥର ନୟାଗଡ଼ ସହର ଟ୍ରାଫିକ ଛକ ତଥା ନୟାଗଡ଼ ସା୍ମ୍ବାଦିକ ଭବନ ସାମନ୍ାରେ ଥିବା ଏବେ ଅବ୍ୟବସ୍ଥା, ଅବ୍ୟବହୃତ ଓ ଅପନ୍ତରାଭାବେ ପଡ଼ି ରହିଛି। ଦୀର୍ଘବର୍ଷ ହେଲା ଏହି ପୁରୁଣା ଜେଲ ଏଠାରୁ ଉଠିଯାଇ ଖୁଟୁବନ୍ଧ ଗ୍ରାମ ନିକଟରେ କାର୍ଯ୍ୟକ୍ଷମ କରୁଛି। ଏଠାରୁ ଜେଲଖାନା ଉଠିଯିବା ପରେ ଏହ ପୁରୁଣା ଜେଲ ସ୍ଥାନରେ ଏକ ପାର୍କି ପ୍ରେସ କାର୍ଯ୍ୟ କରୁ ବୋଲି ଦାବି କରାଯାଉଥିଲା। କାରଣ ନୟାଗଡ଼ ସହରରେ କୌଣସି ପାର୍କିଜୋନ ନଥିବାରୁ ଏବଂ ଏହି ସ୍ଥାନଟି ସହରର ମଧ୍ୟସ୍ଥଳ ହୋଇଥିବାରୁ ଏହା ଉପଯୁକ୍ତ ସ୍ଥାନ ବୋଲି ବିଚେଚନ କରାଯାଉଥିଲା। ଏହି ସ୍ଥାନକୁ ନିଜ ଅକ୍ତିଆରକୁ ନେବାକୁ ବହୁ ସଂଗଠନ ଉଦ୍ୟମ କରିଥିଲେ। ହେେଲେ ପରବର୍ତ୍ତୀ ସମୟରେ ଏହାକୁ ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିଲା। ଏପରିକି ପୁରୁଣା ଜେଲ କୋଠାକୁ ଭଙ୍ଗାଯାଇ ସେଠାରେ ପାର୍କିଂ ପ୍ଲେସ ଏବଂ ମଲ ନିର୍ମାଣ ହେବା ପାଇଁ ଔପଚାରିକତା ଆରମ୍ଭ ହୋଇଯାଇଥିଲା। ଏବଂ ତତ୍କାଳୀନ ଜିଲ୍ଲାପାଳ ଡ.ଏନ.ତିରୁମାଲା ନାୟକ ଆବଶ୍ୟକ ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଏ। ଏହି ପୁରୁଣା ଜେଲକୁ ଭଙ୍ଗାଯାଇ ଏହାକୁ ସମତଳ କରାଯାଇ ଏହାକୁ ପାର୍କିପ୍ଲେସ କରାଯିବା ସହିତ ଚାରି ମହଲା ବିଶିଷ୍ଟ ବାଣିଜ୍ୟିକ କେନ୍ଦ୍ର କରଯିବ ବୋଲି ମ୍ୟୁନିିସିପାଲିଟି ପକ୍ଷରୁ ଜଣାପଡ଼ିଥିଲା। ତେବେ ଏସବୁ ପ୍ରାରମ୍ଭିକ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଏହାର ଅଗ୍ରଗତି ବଦଳରେ ମନ୍ଥରତାକୁ ନେଇ ସଂଶୟ ସୃଷ୍ଟି ହୋଇଛି। ନୟାଗଡ଼ ସହରର ଜନସଂଖ୍ୟା ସହିତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଗାଡ଼ିମୋଟର ଦିନକୁ ଦିନ ବଢୁଥିବାବେଳେ ପାର୍କିଂ ବ୍ୟବସ୍ଥା ନଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସହରର ମଧ୍ୟ ଭାଗରେ ଥିବା ଏହି ପୁରୁଣା ଜେଲକୁ ଯଥାଶୀଘ୍ର ଭଙ୍ଗାଯାଇ ପାର୍କିଂ ବ୍ୟବସ୍ଥା ଓ ଲୋକମାନଙ୍କ ବୃହତ୍ ସ୍ୱାର୍ଥ ପାଇଁ ବହୁ ମହଲା ବିଶିଷ୍ଠ ମଲ୍ ନିର୍ମାଣ କରାଯାଉ ବୋଲି ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.