Home ଜିଲ୍ଲା ପରିକ୍ରମା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର: ୩୦ ୟୁନିଟ ରକ୍ତ ସଂଗୃହିତ

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର: ୩୦ ୟୁନିଟ ରକ୍ତ ସଂଗୃହିତ

24

ଦେବଗଡ, ୩/୬ (ଓଡ଼ିଆ ପୁଅ):ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ସପ୍ତମ ବର୍ଷ ପୂର୍ତୀ ଉପଲକ୍ଷେ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଆୟୋଜନ ଅବସରରେ ଦେବଗଡ ଜିଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ସୁଧିର କୁମାର ବ୍ରହ୍ମାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ମୋଟ ୩୦ ଜଣ ରକ୍ତଦାତା ସ୍ୱେଚ୍ଚାକୃତ ଭାବେ ରକ୍ତଦାନ କରିଥିବା ବେଳେ ଶିବିରକୁ ମୂଖ୍ୟ ଅତିଥି ଭାବେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପଣିଗ୍ରାହୀ ଓ ଜିଲା ବିଜେପି ସଭାପତି ମୀନକେତନ ପ୍ରଧାନ ଯୁଗ୍ମ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ବିଜେପି ଉପସଭାପତି ତଥା ବାରକୋଟ ବ୍ଲକ ଉପାଧ୍ୟକ୍ଷ ହରମୋହନ ପାଣି ଓ ସମ୍ବଲପୁର ଲୋକସଭା ସଦସ୍ୟ ନିତେଶ ଗଙ୍ଗଦେବଙ୍କ ନୋମିନୀ ଯୋଗେଶ ଚନ୍ଦ୍ର ପ୍ରଧାନ ଓ ଉପସ୍ଥିତ ରହି ଆୟୋଜକ ଏବଂ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ଆୟୋଜନରେ ଦେଇଜ୍ଞଙ୍ଗ ଜିଲା ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ଏବଂ ମୋହିନୀପୁର ସ୍ଥିତ ମାଁ ତାରୀଣୀ କ୍ରିକେଟ କ୍ଲବର ସଦସ୍ୟ ମାନେ ସକ୍ରୀୟ ସହଯୋଗ କରିଥିଲେ। ଶିବିରରେ ଜିଲା ବିଜେପି ଯୁବମୋର୍ଚ୍ଚା ସଦସ୍ୟ ଦୟାଶଙ୍କର ଦ୍ୱିବେଦୀ, ତ୍ରିନାଥ ଦାସ, ଅନନ୍ତ ଦାସ, ମାନସ ଦେବତା ଓ ରାକେଶଦାସଙ୍କ ସମେତ ୩୦ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.