Home ଜିଲ୍ଲା ପରିକ୍ରମା ଟ୍ରକ୍ ଡାଲା ବାଜି ଭାଙ୍ଗିଗଲା ବିଦ୍ୟୁତ୍ ଖୁଣ୍ଟ, କିନ୍ତୁ ବଂଚିଗଲା ଜୀବନ

ଟ୍ରକ୍ ଡାଲା ବାଜି ଭାଙ୍ଗିଗଲା ବିଦ୍ୟୁତ୍ ଖୁଣ୍ଟ, କିନ୍ତୁ ବଂଚିଗଲା ଜୀବନ

93

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲି ବୋଝେଇ ଟ୍ରକ୍‌ଟି ଗାଁ ଭିତରକୁ ଯାଉଥିଲା । ଅଣଓସାରିଆ ରାସ୍ତା ହୋଇଥିବାରୁ ଟ୍ରକ୍ ଯିବାବେଳେ ଡାଲା ବାଜି ଭାଙ୍ଗିଗଲା ବିଦ୍ୟୁତ୍ ଖୁଣ୍ଟ । ତାର ସହ ଖୁଣ୍ଟଟି ଟ୍ରକ୍ ଉପରେ ପଡିଗଲା । କିନ୍ତୁ ସୌଭାଗ୍ୟ କ୍ରମେ ଟ୍ରକ୍ ଡ୍ରାଇଭର, ହେଲପର ଓ ସ୍ଥାନୀୟ ଲୋକେ କୌଣସି ବିପଦର ସମ୍ମୁଖୀନ ହୋଇନାହାଁନ୍ତି । ସୂଚନା ଅନୁଯାୟୀ ଘଟଣା ଘଟିଛି ଭଦ୍ରକ ଜିଲା ଗୁଆମାଳ ଅଂଚଳରେ । ଗୁଆମାଳ ଗାଁ ଭିତରକୁ ଏକ ବାଲି ବୋଝେଇ ଟ୍ରକ୍ ଯାଉଥିବାବେଳେ ଅଣଓସାରିଆ ରାସ୍ତାରେ ଟ୍ରକ୍‌ଟି ଫସି ଯାଇଥିଲା । ଡ୍ରାଇଭର ଗାଡିର ସାମ୍ନା ପଟକୁ ଆଗକୁ ନେଇଯାଇଥିଲାବେଳେ ଡାଲାଟି ଖୁଣ୍ଟରେ ଲାଗିଯାଇଥିଲା । ପରେ ଗାଡିକୁ ସ୍ପିଡରେ ଝିଙ୍କି ଦେବାରୁ ବିଦ୍ୟୁତ୍ ଖୁଣ୍ଟଟି ଅଧାରୁ ଭାଙ୍ଗି ଟ୍ରକ୍ ଉପରେ ପଡିଯାଇଥିଲା । ବାଲି ଉପରେ ଖୁଣ୍ଟ ଓ ତାର ପଡିଯିବାରୁ କୌଣସି ଜନଜୀବନ କ୍ଷତିଗ୍ରସ୍ତ ହୋଇନାହାଁନ୍ତି । ସ୍ଥାନୀୟ ଅଂଚଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି । ତେବେ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା । ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ôଚ ଖୁଣ୍ଟକୁ ଉଠାଇବା ପରେ ବିଦ୍ୟୁତ୍ ଯୋଗାଣ ହେବ ବୋଲି ସୂଚନା ମିଳିଛି । ଏହି ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.