Home ଜିଲ୍ଲା ପରିକ୍ରମା ପ୍ରାଇଭେଟ୍ ଫାଇନାନ୍ସ ସଂସ୍ଥାମାନେ ଜୋର ଜବରଦସ୍ତ ଆଦାୟ କରୁଛନ୍ତି କିସ୍ତି

ପ୍ରାଇଭେଟ୍ ଫାଇନାନ୍ସ ସଂସ୍ଥାମାନେ ଜୋର ଜବରଦସ୍ତ ଆଦାୟ କରୁଛନ୍ତି କିସ୍ତି

156

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ ପାଇଁ ସରକାରଙ୍କ ଲକଡାଉନ୍ ଓ ସଟଡାଉନ୍ ପାଇଁ ଗରିବ ଲୋକଟିଏ ହରାଇ ବସିଛି ତାର ଜୀବିକା । ଠିକ୍ ଏତିକିବେଳେ ଦାଉ ସାଧୁଛି ପ୍ରାଇଭେଟ୍ ଫାଇନାନ୍ସ ସଂସ୍ଥା । ସଂସ୍ଥାର କର୍ମଚାରୀମାନେ ଏହି ଗରିବ ଲୋକମାନଙ୍କ ଠାରୁ ବିଭିନ୍ନ ଧମକପୂର୍ଣ୍ଣ କଥା କହି ଆଦାୟ କରୁଛନ୍ତି କିସ୍ତି । ଏହିପରି ଏକ ଘଟଣାକୁ କେନ୍ଦ୍ର କରି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ୫ଟି ମହିଳା ଗ୍ରୁପ୍‌ର ସଦସ୍ୟମାନେ । ସୂଚନା ଅନୁସାରେ ଅନ୍ନପୂର୍ଣ୍ଣା ମାଇକ୍ରୋ ଫାଇନାନ୍ସ ନାମକ ଏକ ଅର୍ଥ ଲଗାଣ ସଂସ୍ଥା ବାସୁଦେବପୁର ଅଂଚଳରେ ବିଭିନ୍ନ ସ୍ଥାନରେ ମହିଳା ଏସ୍‌ଏଚ୍‌ଜି ଗ୍ରୁପ୍‌ମାନଙ୍କୁ ଋଣ ପ୍ରଦାନ କରିଥିଲା । ବର୍ତ୍ତମାନ ଆରବିଆଇ ସମସ୍ତ ଅର୍ଥ ଲଗାଣ ସଂସ୍ଥାକୁ କିସ୍ତି ଆଦାୟ କରିବା ପାଇଁ ବାରଣ କରିଥିଲେ ମଧ୍ୟ ଏହି ସଂସ୍ଥାର କର୍ମଚାରୀମାନେ ସାଧାରଣ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦେଇ କିସ୍ତି ଆଦାୟ କରୁଛନ୍ତି । ଏହିପରି ଏକ ଘଟଣା ବାସୁଦେବପୁର ବ୍ଲକ୍ ଆନ୍ଦୋଳା ପଂଚାୟତରେ ଘଟିଯାଇଛି । ଯାହାକୁ ନେଇ ମହିଳାମାନେ ନାୟକାଣୀଡିହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.