Home ଜିଲ୍ଲା ପରିକ୍ରମା କାନ୍ତକବିଙ୍କ ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନିଆଯିବ : ପର୍ଯ୍ୟଟନ ମନ୍ତ୍ରୀ

କାନ୍ତକବିଙ୍କ ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନିଆଯିବ : ପର୍ଯ୍ୟଟନ ମନ୍ତ୍ରୀ

80

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସାଂସଦ ମଂଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସହ ମନ୍ତ୍ରୀ ତିହିଡି ତାଳପଦାସ୍ଥିତ କାନ୍ତକବିଙ୍କ ସ୍ମୃତିପୀଠ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରେ ଆବଶ୍ୟକ ପାରିପାଶ୍ୱର୍ିକ ବିକାଶ, ଭଦ୍ରକ ବାଇପାସଠାରେ ପାର୍କ ସହ କାନ୍ତକବିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଭଦ୍ରକ ବାଇପାସଠାରେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ମନ୍ତ୍ରୀଙ୍କ ସହ ଭେଟି ଆଲୋଚନା କରିଥିଲେ । କିଭଳି ବାଇପାସଠାରେ ଉକ୍ତ ପ୍ରତିମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଧୁ ପାଲଟିବ ସେଥିପାଇଁ ଏକ ସ୍ଥପତି ସହ ଆଲୋଚନା କରିଥିଲେ । ଏହି ସମୟରେ ପୌରପାଳିକା, ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.