Home କେନ୍ଦୁଝର ଭତ୍ତା ପାଉଥିବା କଳାକାରଙ୍କ କାଗଜ ପତ୍ର ଯାଞ୍ଚ

ଭତ୍ତା ପାଉଥିବା କଳାକାରଙ୍କ କାଗଜ ପତ୍ର ଯାଞ୍ଚ

132

ହାଟଡିହି- ୧୭ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିିହି ବ୍ଲକରେ ଆଜି କଳାକାର ଭତ୍ତା ପାଉଥିବା ହିତାଧିକାରୀଙ୍କ କାଗଜପତ୍ର ଯାଞ୍ଚ ପ୍ରକ୍ରୀୟା ଆରମ୍ଭ ହୋଇଛି । ବ୍ଲକରେ ଅନେକ ଲୋକ ଏବେ ଗୋଟିଏପଟେ ବାର୍ଦ୍ଧକ୍ୟ ଭତ୍ତା ପାଉଥିବାବେଳେ ଅନ୍ୟପଟେ କଳାକାର ଭତ୍ତା ମଧ୍ୟ ପାଉଛନ୍ତି । ସରକାରଙ୍କ ନିୟମାନୁଯାଇ ଜଣେ ବ୍ୟକ୍ତି ଗୋଟିଏ ସରକାରୀ ସୁବିଧା ପାଇପାରିବ । କିନ୍ତୁ କିଛି ଲୋକ ଚଞ୍ଚକତା କରି ଦୁଇ ଦୁଇଟି ସୁବିଧା ହାତେଇ ଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ସେହିପରି କିଛି କଳାକାର ଭତ୍ତା ହିତାଧିକାରୀ ଜାଲ ପ୍ରମାଣପତ୍ର ଦେଇ କଳାକାର ଭତ୍ତା ପାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏସବୁକୁ ଦୃଷ୍ଟିରେ ରଖି ବ୍ଲକରୁ କଳାକାର ଭତ୍ତା ପାଉଥିବା ୧୪୩ଜଣ କଳାକାରଙ୍କ କାଗଜପତ୍ର ଯାଞ୍ଚ କରାଯିବାର ସ୍ଥିର ହୋଇଛି । ଏହି ପ୍ରକ୍ରୀୟାରେ ପ୍ରତିଦିନ ୬ଟି ଲେଖାଏଁ ପଞ୍ଚାୟତର ହିତାଧିକାରୀଙ୍କୁ ଡକାଯାଇ ସେମାନଙ୍କ ଠାରୁ ପ୍ରମାଣପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ରଖାଯାଉଛି । ଏଥିରେ ବ୍ଲକର କିରାଣୀ ଅବିନାଶ ପତି, କର୍ମଚାରୀ ସୁଦର୍ଶନ ଘଡେଇ, କଳାକାର ସଂଘର ସଭାପତି ଓ ସମ୍ପାଦକ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀଙ୍କ ଠାରୁ ପ୍ରମାଣପତ୍ର ସଂଗ୍ରହ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.