Home ଜିଲ୍ଲା ପରିକ୍ରମା ଟୋଲଗେଟ ନିଯୁକ୍ତିରେ ସ୍ଥାନୀୟ ଯୁବକଙ୍କୁ ଅଣଦେଖା ଓ ବ୍ୟାପକ ଅର୍ଥ କାରବାର ବିରୋଧରେ ବିଜେପିର ଗଣଧାରଣା

ଟୋଲଗେଟ ନିଯୁକ୍ତିରେ ସ୍ଥାନୀୟ ଯୁବକଙ୍କୁ ଅଣଦେଖା ଓ ବ୍ୟାପକ ଅର୍ଥ କାରବାର ବିରୋଧରେ ବିଜେପିର ଗଣଧାରଣା

24

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବେକାର ଯୁବକ ଯୁବତୀମାନେ ନିଯୁକ୍ତି ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି। ମାତ୍ର ରାଜପଥର ନେଉଳିଆ ଠାରେ କାର୍ଯ୍ୟକ୍ଷମ ଟୋଲଗେଟରେ ରାଜ୍ୟ ବାହାରର ଯୁବକମାନଙ୍କୁ ନିଯୁକ୍ତି ଦିଆଯାଉଛି। ପୁନଶ୍ଚ ଯେଉଁ କେତେକ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି ସେମାନଙ୍କ ଠାରୁ ବ୍ୟାପକ ଅର୍ଥ ଉତ୍କୋଚ ଆକାରରେ ନିଆଯାଇ ଶୋଶଣ କରାଯାଉଛି। ସେହି କାରବାରରେ ଜିଲ୍ଲାର ୨ ଜଣ ନେତାଙ୍କ ବ୍ୟତୀତ ଟୋଲଗେଟ ଠିକାସଂସ୍ଥାର ସଲାସୁତର ରହିଛି। ଏହାକୁ ବରଦାସ୍ତ କରାଯିବ ନାହିଁ। ଟୋଲ ଗେଟରେ ନେରଡା, ରାମଚନ୍ଦ୍ରପୁର ଓ ତେସିଙ୍ଗା ଯୁବକମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ନଦେବା ଯାଏ ବିରୋଧ ଜାରି ରହିବ ବୋଲି ଚେତାବନୀ ଦେଇ ବୁଧବାର ସକାଳୁ ବିଜେପି ନିର୍ବାଚନମଣ୍ଡଳୀ ନେତା ତଥା ରାଜ୍ୟ କାର୍ଯ୍ୟକାରିଣଈ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଶହ ଶହ ମହିଳା ଓ ପୁରୁଷ ଟୋଲଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି। ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସେନାପତି, ପ୍ରାକ୍ତନ ସମିତି ସଭ୍ୟ ପ୍ରଣବ ରାଉତ, ଯୁବନେତା ସ୍ୱରାଜ ମହାପାତ୍ର, ରାଜେଶ ବିଶ୍ୱାଳ, ରଙ୍ଗାଧର ରାଉତ, ଦିଲ୍ଲିପ ସାହୁ, ପ୍ରଦୀପ ସାହୁ, କୈଳାସ ସାହୁ, ବିବେକାନନ୍ଦ ସାହୁଙ୍କ ସମେତ ପୁରୁଷ ଓ ମହିଳା ଟୋଲଗେଟ ଠିକାସଂସ୍ଥା ‘ସ୍କାଇଲାର୍କ ଇଂଫ୍ରା ଇଞ୍ଜିନିଅରିଂ’କୁ ଦୋଷାରୋପ କରିବା ସହ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନଦିଆଯିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଜାରି ରହିବ ବୋଲି ପ୍ରକାଶ କରିଥିଲେ। ପୁଲିସ ପକ୍ଷରୁ ଧାରଣାକାରୀଙ୍କ ସହ ଆଲୋଚନା କରାଯାଇଥିଲେ ହେଁ ଧାରଣା ଅବ୍ୟାହତ ରହିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.