Home କେନ୍ଦୁଝର ଟୀକା ପାଇଁ ଲମ୍ବା ଧାଡି

ଟୀକା ପାଇଁ ଲମ୍ବା ଧାଡି

20

ହାଟଡ଼ିହି-୩ / ୫, (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନା ଟୀକା ନେବାପାଇଁ ସରକାର ପ୍ରଚାର ପ୍ରସାର ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଲା ପରେ ଏବେ ଲୋକ ମାନଙ୍କ ମଧ୍ୟରେ ପ୍ରବଳ ଟୀକା ନେବାପାଇଁ ଉତ୍ସୁକତା ପ୍ରକାଶ ପାଇଛି । ଟୀକା ଅଭାବରୁ ଗତ ୬ଦିନ ଧରି ଟୀକା କରଣ କାର୍ଯ୍ୟ ବନ୍ଦ ଥିବାବେଳେ ଆଜି ଟୀକା ଆସିଥିବା ଜାଣିବାପରେ ଶହଶହ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଆଜି ହାଟଡିହିରେ ମାତ୍ର ୧୮୦ ଓ ଶାଳଣିଆଁରେ ମାତ୍ର ୧୭୦ଟୀକା ଦେବାର ବ୍ୟବସ୍ଥା କରାଯାଇଥିବାବେଳେ ଶହଶହ ଲୋକ ଏକ ସଙ୍ଗେ ଏକଯୁଟ ହୋଇଯିବାରୁ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଏପରିକି ଲୋକଙ୍କ ଗହଳିକୁ ଦେଖି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଧାଡିର ବ୍ୟବସ୍ଥା କରିଥିଲେ । ଦୁର ଦୁରାନ୍ତରୁ ଲୋକମାନେ ଏକ ସଙ୍ଗରେ ପଳାଇ ଆସିବାରୁ ଓ ଅଳ୍ପ ଟୀକା ତବବାରୁ ଶହଶହ ଲୋ ଫେରି ଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଜି କେବଳ ଦ୍ୱିତୀୟ ଡୋଜ ଧାରୀଙ୍କୁ ଟୀକା ଦିଆଯିବାର ଥିଲା ଓ ସେମାନଙ୍କ ନିକଟକୁ ମେସେଜ କରାଯାଇଥିବା ଡାକ୍ତରଖାନା କର୍ତ୍ତୁପକ୍ଷ କହିଛନ୍ତି । କିନ୍ତୁ ସେମାନଙ୍କ ସହିତ ସାଧାରଣ ଲୋକମାନେ ପଳାଇ ଆସିବାରୁ ଏପରି ଗହଳି ହେଲା ବୋଲି କର୍ତ୍ତୁପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.