Home Top News ଆଜି ବିଶ୍ୱ ଯୋଗ ଦିବସ: ଦିଲ୍ଲୀରୁ ପଲ୍ଲୀ ଯାଏଁ ଯୋଗ କାର୍ଯ୍ୟକ୍ରମ ..

ଆଜି ବିଶ୍ୱ ଯୋଗ ଦିବସ: ଦିଲ୍ଲୀରୁ ପଲ୍ଲୀ ଯାଏଁ ଯୋଗ କାର୍ଯ୍ୟକ୍ରମ ..

127

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧ ତାରିଖରେ ପାଳନ ହୁଏ। ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନ ଦ୍ୱାରା ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ହୋଇଥିଲା। ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା। ଅଳ୍ପ କେତୋଟି ମୁସଲିମ ରାଷ୍ଟ୍ରକୁ ବାଦ ଦେଲେ ପ୍ରାୟ ସମସ୍ତ ଦେଶ ଯୋଗ ଦିବସ ପାଳନ ଲାଗି ସମର୍ଥନ କରିଥିଲେ। ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ। ପ୍ରାୟ ୬୦୦୦ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ। ୨୦୧୪ ସେପ୍ଟେମ୍ବର ୨୭ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୧କୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ। ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ ତମ ଅଧିବେସନକୁ ପ୍ରଥମ କରି ସମ୍ବୋଧିତ କରି ଅଭିଭାଷଣରେ କହିଥିଲେ ଯେ, “ପରିବର୍ତ୍ତନଶୀଳ ଦୁନିଆରେ ସବୁକିଛି ପରିବର୍ତ୍ତନ ହେଉଥିବାବେଳେ ଜଳବାୟୁ ପରିବର୍ତ୍ତନ ହେବା ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ। ଆମ ଭାରତୀୟ ସଂସ୍କୃତିରେ ଏହାର ମୁକାବିଲା କରିବା ପାଇଁ ଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି। ଯୋଗକୁ କେବଳ ବ୍ୟାୟାମରେ ସୀମିତ ନରଖି ଶାସ୍ତ୍ରାନୁସାରେ ପରିବ୍ୟାପ୍ତ କରାଗଲେ ସବୁକିଛିର ପରିବର୍ତ୍ତନ କରାଯାଇପାରିବ। ତେଣୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଦିବସ ପାଳନ କରାଯିବା ଉଚିତ।”

“ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର। ଏହା ମନ ଏବଂ ଶରୀରକୁ ସଂଯୋଗ, ଚିନ୍ତା ଏବଂ କ୍ରିୟା, ସଂଯମ ଏବଂ ପୂର୍ଣ୍ଣତା, ମନୁଷ୍ୟ ଏବଂ ପ୍ରକୃତି ସହ ସଂଗତି, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର ଅଟେ। ଏହା କେବଳ ଏକ ବ୍ୟାୟାମ ନୁହେଁ ନିଜ ଭିତରେ ଜଗତ ଏବଂ ପ୍ରକୃତି ସହ ଏକାଗ୍ରତା ଆବିଷ୍କାର କରିବାକୁ ହୋଇଥାଏ। ଚେତନା ଉଦ୍ରେକ କରି ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମ ପାରିପାର୍ଶ୍ୱିକ ଜଗତରେ ସହ ଖାପ ଖୁଆଇ ଚାଲିବାରେ ସହଯୋଗ କରେ।” ଜୁନ ୨୧ ଗ୍ରୀଷ୍ଣ ସଂକ୍ରାନ୍ତିରେ ସୂର୍ଯ୍ୟ ଦକ୍ଷିଣାୟନ ମୋଡ଼ ନେଇଥାଆନ୍ତି। ଏହି ଦିନକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଦେଇ ଉପସ୍ଥାପନ କରିଥିଲେ ଯେ ଉତ୍ତର ଗୋଲାର୍ଦ୍ଧରେ ପୁରା ବର୍ଷରେ ଏହି ଦିନର ଅବଧି ବଡ଼ ହୋଇଥିବା ସହ ବିଶ୍ୱରେ ବିଭିନ୍ନ ସ୍ଥାନରେ ଏହି ଦିନର ମହତ୍ୱ ଅଛି। ଏହାପରେ ମିଳିତ ଜାତିସଂଘ ବିଶ୍ୱ ଯୋଗ ଦିବସ ପାଳନ ପାଇଁ ସ୍ୱୀକୃତି ପ୍ରଦାନ କରିଥିଲା। ଆଜି ବିଶ୍ୱରେ ବିଭିନ୍ନ ସ୍ଥାନ ସମେତ ଭାରତରେ ଦିଲ୍ଲୀରୁ ପଲ୍ଲୀ ଯାଏଁ ଜୁନ୍ ୨୧ ତାରିଖରେ ପାଳନ ହେଉଛି ବିଶ୍ୱ ଯୋଗ ଦିବସ।
-@Devdrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.