Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ଓଡ଼ିଶା ବନ୍ଦ ଆନ୍ଦୋଳନ ସଂପୂର୍ଣ୍ଣ ସଫଳ

ଚାନ୍ଦବାଲିରେ ଓଡ଼ିଶା ବନ୍ଦ ଆନ୍ଦୋଳନ ସଂପୂର୍ଣ୍ଣ ସଫଳ

13

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବାମପନ୍ଥୀ ଦଳଙ୍କ ଡାକରାରେ ଚାନ୍ଦବାଲିରେ ଓଡ଼ିଶା ବନ୍ଦ ଆନ୍ଦୋଳନ ସଂପୂର୍ଣ୍ଣ ସଫଳ ହୋଇଛି । ଏହି ବନ୍ଦ ଆନ୍ଦୋଳନରେ ସିପିଆଇ(ଏମ୍‌) ଭଦ୍ରକ ଜିଲା କମିଟି ସଭ୍ୟ ବିକାଶ ନାଥ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ମଳୟ ଭୋଇ, ବରିଷ୍ଠ ନେତା ରବି ପଟ୍ଟନାୟକ, ବ୍ରହ୍ମାନନ୍ଦ ପରିଡା, ଫକୀର ବିଶ୍ୱାଳ, ଚାନ୍ଦବାଲି ଶାଖା ସଂପାଦକ ଘନଶ୍ୟାମ ଦାସ, ଜଇରାମ ଦାସ, ଗଂଗାଧର ମହାଳିକ ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ସିପିଆଇର ଚାନ୍ଦବାଲି ବ୍ଲକ୍ ସଂପାଦକ ଅନନ୍ତ ମହାନ୍ତି, ଯୁବନେତା ଉପେନ୍ଦ୍ର ରାଉଳ, ଦେବହରି ରାଉଳ, ବରିଷ୍ଠ ନେତା ବଳରାମ ମିଶ୍ର ଓ ସୁବାଷ ସେଠୀ ପ୍ରମୁଖ ସାମିଲ ହୋଇଥିଲେ । ଏତଦ୍‌ବ୍ୟତୀତ ଏହି ଆନ୍ଦୋଳନକୁ ସମର୍ଥନ କରି କଂଗ୍ରେସର ଚାନ୍ଦବାଲି ବ୍ଲକ୍ ସଭାପତି କିଣୁରାମ ଜେନା, କଂଗ୍ରେସ ନେତା ଦିଗମ୍ବର ଦାସ, ଯୁବ କଂଗ୍ରେସ ନେତା ସୁବାଷ ନାୟକ ପ୍ରମୁଖ ସାମିଲ ହୋଇଥିଲେ । ଏହି ବନ୍ଦ ଆନ୍ଦୋଳନରେ ଶତାଧିକ ବାମପନ୍ଥୀ ନେତା ଓ କର୍ମୀ ଯୋଗଦେଇ ଚାନ୍ଦବାଲି ବଜାର, ବ୍ଲକ୍ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ, ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ, ଚାନ୍ଦବାଲି ବ୍ଲକ୍‌ର ସମସ୍ତ ଫେରିହାଟ, ଗାଡି ଚଳାଚଳକୁ ବନ୍ଦ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.