Home ଜିଲ୍ଲା ପରିକ୍ରମା କୁଆମରା କ୍ଲଷ୍ଟରର ୫ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ନ୍ଧନା

କୁଆମରା କ୍ଲଷ୍ଟରର ୫ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ନ୍ଧନା

85

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ କୁଆମରା ଆଂଚଳିକ ସାଧନକେନ୍ଦ୍ର ଅର୍ନ୍ତଗତ କୁଆମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ନ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ଗୋରାଚାନ୍ଦ ମାଝୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ କମଳାକାନ୍ତ ନାୟକ,ମୁଖ୍ୟବକ୍ତା ଭାବେ ସିଆରସିସି ଅନୁପ କୁମାର ଦାସ, ସମ୍ମାନୀତ ଅତିଥି ଭାବେ ସିଆରସିସି ଧନପତି ମାନ୍ନା ଓ ସିଆରସିସି ଅଭିମନ୍ୟୂ ନାୟକ ,ସଂପାଦକ ଦେବବ୍ରତ ରାଉତ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ସୁକୁମାର ଜେନା, ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ପଣ୍ଡା, ରତିକାନ୍ତ ପତି, ନନ୍ଦ କିଶୋର ବେରା ଓ କୃତିବାସ ଦାସଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ସମ୍ମାନୀତ କରାଯାଇଥିଲା । ମଂଚାସୀନ ଅତିଥିବୃନ୍ଦ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ଆଦର୍ଶକୁ ଅନୁସରଣ କରି ଆଗାମୀ ଦିନରେ ଛାତ୍ରାଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶ ଓ ଗୁଣାତ୍ମକ ଶିକ୍ଷାକୁ ସୁନିଶଯଚିତ କରିବା ପାଇଁ ଶିକ୍ଷକ ମାନଙ୍କୁ ପ୍ରେରଣା ଦେଇଥିଲେ । ପ୍ରଧାନ ଶିକ୍ଷକ ବିସ୍ୱନାଥ ଶତପଥିଙ୍କ ତତ୍ୱାବାନରେ ଉକ୍ତ ସମାରୋହ ସଂପର୍ଣ ହେବା ନିମନ୍ତେ ଶାନ୍ତିଲତା ବେହେରା,ପାର୍ବତୀ ଜେନା,ରବି ମହାପାତ୍ର,ପ୍ରିୟଶ୍ମିତା ମହାପାତ୍ର,ଗିତାରାଣୀ ଦାସ ଝୁନି ମାରାଣ୍ଡି ଏବଂ ଶିକ୍ଷକ ଅରୂପାନନ୍ଦ ମଣ୍ଡଳ ,ଜଗନ୍ନାଥ ଜେନା,ଖଗେଶ୍ୱର ମହାଳିକ, ଅମରେନ୍ଦ୍ର ସ୍ୱାଇଁ,ଦିବ୍ୟସୁନ୍ଦର ମହାକୁଡ, ବସନ୍ତ ବେହେରା, ରବିଚନ୍ଦ୍ର ମଣ୍ଡଳ ପ୍ରମୁଖ ସଂପୂର୍ଣ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ବିନ୍ଧାଣୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶୀକ୍ଷୟତ୍ରୀ ମାନେ ଆଜିର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.