Home କେନ୍ଦୁଝର ଟଙ୍କା ନଦେଲେ ମିଳୁନି ରେସନକାର୍ଡ, ଅଦ୍ଧାହାରରେ ପରିବାର

ଟଙ୍କା ନଦେଲେ ମିଳୁନି ରେସନକାର୍ଡ, ଅଦ୍ଧାହାରରେ ପରିବାର

26

ହାଟଡିହି-୩ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତରେ ନୁତନ କାର୍ଡ ପାଇବାପଇଁ ଟଙ୍କା ଦେବାକୁ ପଡୁଛି । ଟଙ୍କା ନଦେଲେ ରେସନକାର୍ଡ ମିଳୁନାହିଁ ବୋଲି ଅଭିଯୋଗ ହୋଇଛି । ଢ଼େଙ୍କା ପଞ୍ଚାୟତ ଝଣଝଣା ଗ୍ରାମର ରବିନ୍ଦ୍ର ବିରୁଆ, ରଙ୍ଗାଧର ହୋ ଏପରି ଅଭିଯୋଗ କରିଛନ୍ତି । ରଙ୍ଗାଧର ନୁତନ େ;ରସନକାର୍ଡ ପାଇଁ ପ୍ରଥମ ଦଫାରେ ୫ଶହ ଓ ପରବର୍ତ୍ତୀ ଦଫାରେ ୭ଶହ ଦେଇଥିଲେ ମଧ୍ୟ ତାଙ୍କୁ ରେସନକାର୍ଡ ଦିଆଯାଇ ନାହିଁ ବୋଲି ସେ କହିଛନ୍ତି । ସେ ଦୁଇମାସ ହେଲା ଚାଉଳ ପାଉଥିଲେ ମଧ୍ୟ ଆଉ ଦୁଇଶହ ନଦେଲେ କାର୍ଡ ଦିଆଯିବ ନାହିଁ ବୋଲି ଡିଲର କହୁଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ରଙ୍ଗାଧ ହୋ ନାମକ ଜଣେ ବ୍ୟକ୍ତି ୫ଜଣ ପରିବାର ଧରି ଦୁଃଖ କଷ୍ଟରେ ରହୁଥିବାବେଳେ ରେସନକାର୍ଡ ପାଇପାରି ନାହାନ୍ତି । ଖଟିଲେ ଖାଉଛନ୍ତି ନହେଲେ ନାହିଁ । ଗାଁର ଅନ୍ୟମାନେ ରେସନକାର୍ଡରେ ସରକାରୀ ଚାଉଳ, କିରାସିନି ପାଉଥିବାବେଳେ ସେ ବହୁତ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସେ ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେବାପରେ ଡିଲରକୁ ହଜାରେ ଟଙ୍କା ଦେଇଥିଲେ ମଧ୍ୟ ତାଙ୍କୁ ଆଜି ହେବ କାଲି ହେବ କହି ସମୟ ଗଡାଉଛନ୍ତି ବୋଲି କହିଛନ୍ତି । ଏ ସମ୍ପର୍କରେ ଚାଉଳ ବାଣ୍ଟୁଥିବା ଡିଲରଙ୍କୁ ପଚାରିବାରେ ସେ ଏହାକୁ ସମ୍ପୁର୍ଣ୍ଣ ମିଥ୍ୟା ବୋଲି କହିବାସହ ତାଙ୍କ ବିରୁଦ୍ଧରେ ଏହା ଅପପ୍ରଚାର ବୋଲି କହିଛନ୍ତି । ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ସେ ଏ ବାବଦରେ ତଦନ୍ତ କରି ଅ÷ାବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.