Home ଅନୁଗୁଳ ନିଜ ଶିଶୁପୁତ୍ରକୁ ସମ୍ପର୍କୀୟ ଚୋରି କରିଥିବା ନେଇ ମା ର ଅଭିଯୋଗ

ନିଜ ଶିଶୁପୁତ୍ରକୁ ସମ୍ପର୍କୀୟ ଚୋରି କରିଥିବା ନେଇ ମା ର ଅଭିଯୋଗ

48

ପାଲଲହଡା୧୫/୧୨(ଓଡ଼ିଆପୁଅ/ନିହାର ରଞ୍ଜନ ସାମଲ): ୨୦ଦିନର ଶିଶୁପୁତ୍ରକୁ ନିଜ ସମ୍ପର୍କୀୟ ଲୋକେ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ମା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ପାଲଲହଡା ଥାନା ଅଧିନସ୍ଥ ରଞ୍ଜଣା ଗ୍ରାମରେ। ଅଭିଯୋଗ ଅନୁଯାୟୀ ସୁନି ମୁଣ୍ଡା ୧୩ ତାରିଖ ରାତିରେ ଖାଇ ସାରିବା ପରେ ନିଜ ୨୦ଦିନର ଶିଶୁପୁତ୍ରକୁ ସାଙ୍ଗରେ ଧରି ଶୋଇଥିଲେ। ତେବେ ସୁନି ମୁଣ୍ଡା ଓ ତାର ସ୍ବାମୀ ସୁଶୀଲ ମୁଣ୍ଡା ସକାଳୁ ଉଠିଲା ବେଳକୁ ଶିଶୁଟି ପାଖରେ ଦେଖିବାକୁ ପାଇ ନଥିଲେ। ତେବେ ବହୁ ଖୋଜା ଖୋଜି ପରେ ମଧ୍ୟ ଶିଶୁଟି କୁ ନପାଇବାରୁ ଶିଶୁର ବାପା ଏବଂ ମା ସେହି ଗ୍ରାମରେ ରହୁଥିବା ନିଜ ଅପାଙ୍କ ଘରକୁ ଯାଇଥିଲେ ଏବଂ ଅପାଙ୍କୁ ଘରେ ନପାଇ ଶିଶୁଟିକୁ ନିଜ ଅପା ଅପହରଣ କରି ନେଇଥିବା ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.