Home ଜିଲ୍ଲା ପରିକ୍ରମା ନ୍ୟାୟ ଦାବୀ କରି ଦମ୍ପତିଙ୍କ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ

ନ୍ୟାୟ ଦାବୀ କରି ଦମ୍ପତିଙ୍କ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ

41

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଭାଟପଡା ପଂଚାୟତର ଦମ୍ପତି ଅସିମାରାଣୀ ମୁଦୁଲି ଓ ତାଙ୍କ ସ୍ୱାମୀ ସୁକାନ୍ତ ନ୍ୟାୟ ପାଇଁ ୭ ଗୋଟି ଦାବୀ ଧରି ବ୍ଲକ୍ କାର୍ଯ୍ୟାଳୟ ଆଗରେ ପ୍ରତୀକ ଧାରଣା ଦେଇଛନ୍ତି । ଏହି ଦମ୍ପତି ଚାନ୍ଦବାଲି ନେହେରୁ ଶିଶୁ ଉଦ୍ୟାନରେ ନୂତନ କାର୍ଯ୍ୟାଦେଶ ନେଇ ବିକାଶ ମୂଳକ କାର୍ଯ୍ୟ କରିଥିଲେ । କାର୍ଯ୍ୟ କରିବା ପରେ ବ୍ଲକ୍ ପ୍ରଶାସନ ଅଧିକାରୀ ରାଜନୈତିକ ଚାପରେ ତାଙ୍କର ବକେୟା ପାଉଣାକୁ ଦୀର୍ଘଦିନ ହେବ ବନ୍ଦ କରି ରଖିଛନ୍ତି । ଏହି ଦମ୍ପତି ନିଜର ହକ୍ ପାଇଁ ସ୍ଥାନୀୟ ବିଧାୟକ, ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏପରିକି ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହେବା ପରେ ମଧ୍ୟ ନ୍ୟାୟ ନ ପାଇବାରୁ ବିଭିନ୍ନ ଦୁର୍ନୀତିର ସ୍ୱର ଉଠାଇ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.