Home ଜିଲ୍ଲା ପରିକ୍ରମା ରାଧାବଲ୍ଲଭପୁର ପଂଚାୟତର ପ୍ରଧାନମନ୍ତ୍ରୀ ଆବାସକୁ ନେଇ ବଢୁଛି ବିବାଦ

ରାଧାବଲ୍ଲଭପୁର ପଂଚାୟତର ପ୍ରଧାନମନ୍ତ୍ରୀ ଆବାସକୁ ନେଇ ବଢୁଛି ବିବାଦ

42

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକର ରାଧାବଲ୍ଲଭପୁର ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ତଦନ୍ତ ବେଳେ ପଂଚାୟତର ପିଇଓ ଅଚ୍ୟୁତାନନ୍ଦ ବାରିକ ଓ ବନ୍ଧଟିଆ ଗ୍ରାମର ପ୍ରୀତମ ଦାସଙ୍କ ମଧ୍ୟରେ ଉପୁଜିଥିବା ବିବାଦ କ୍ରମଶଃ ତେଜିବାରେ ଲାଗିଛି । ସୂଚନାଥାଉକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ବେଳେ ସମ୍ପୃକ୍ତ ଯୁବକ ପିଇଓକୁ ଆକ୍ରମଣ କରିଥିଲେ । ଏନେଇ ଥାନାରେ ମଧ୍ୟ ସମ୍ପୃକ୍ତ ଯୁବକ ନାମରେ ଥାନାରେ ମାଲା ରୁଜୁ କରାଯାଇଥିଲା ଏବଂ ପରବର୍ତ୍ତି ସମୟରେ ପ୍ରୀତମଙ୍କ ସମର୍ଥକ ମାନେ ଧାମନଗର ଥାନା ପରିସରରେ ଧାରଣା ଓ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପରେ ପୋଲିସ ସମ୍ପୃକ୍ତ ପିଇଓଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଥିଲେ । ପରବର୍ତ୍ତି ସମୟରେ ପିଇଓଙ୍କ ନାମରେ ମିଥ୍ୟାମାମଲା ପ୍ରତ୍ୟାହାର ଓ ସେମାନଙ୍କୁ ସୁରକ୍ଷା ପ୍ରଦାନ ନିମନ୍ତେ ବ୍ଲକକର୍ମଚାରୀ ମାନେ ସରକାରୀ କାର୍ଯ୍ୟରେ ଅସହଯୋଗ କରିଥିଲେ । ତେବେ ଗତକାଲି ଶୁକ୍ରବାର ଦିନ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଇନ୍ଦ୍ରମଣୀ ନାୟକ, ଏସ୍‌ଡ଼ିପିଓ ବିଜୟକୃଷ୍ଣ ମହାପାତ୍ର, ଥାନାଅଧିକାରୀ ପ୍ରଦୀପ କୁମାର ମହନ୍ତ ପ୍ରମୁଖ ବ୍ଲକ କର୍ମଚାରୀ ମାନଙ୍କୁ ବୁଝାସୁଝା କରିଥିଲେ ଏବଂ ସରକାରୀ କାର୍ଯ୍ୟ କରୁଥିବା ସମୟରେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା ନିହାତି ନିନ୍ଦନୀୟ ଘଟଣା ତେବେ ଆଇନ୍ ତା’ ବାଟରେ କାର୍ଯ୍ୟ କରିବ ଏବଂ ସରକାରୀ କାଯ୍ୟ ସୂଚାର ରୂପେ କରିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଷକ ପରାମର୍ଶ ଦେଇଥିଲେ ଏବଂ କର୍ମଚାରୀ ମାନେ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲେ । ଅପରପକ୍ଷେ ସମ୍ପୃକ୍ତ ପିଇଓଙ୍କ ନାମରେ ଦୁର୍ନିତୀ ଅଭିଯୋଗ ଆଣି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଧାବଲ୍ଲଭପୁର ପଂଚାୟତର କେତେକ ବ୍ୟକ୍ତି ବିଡ଼ିଓଙ୍କୁ ଭେଟି ଅଭିଯୋଗ ମଧ୍ୟ କରିଛନ୍ତି । ସମ୍ପୃକ୍ତ ପିଇଓ ଉକ୍ତ ପଂଚାୟତର ବ୍ୟାପକ ଦୁର୍ନିତୀ ଓ ଅନିୟମିତତାରେ ଜଡ଼ିତରହି ଦୀର୍ଘ ୫ବର୍ଷ ହେବ ଉକ୍ତ ପଂଚାୟତରେ ରହି ବହୁ ବେଆଇନ୍ ଅର୍ଥ ଆଦାୟ କରୁଛନ୍ତି । ଗରିବ ଲୋକଙ୍କ ଠାରୁ ଘର କରାଇଦେବାଆଳରେ ଲାଞ୍ଚ ନେବା ରେ ମଧ୍ୟ ଅଭିଯୋଗ କରିଛନ୍ତି । ଏପରି ଦୁର୍ନିତୀ ଓ ଅରାଜକତାରେ ସାମିଲ ହୋଇ ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା ପିଇଓଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁମଧ୍ୟ ସେମାନେ ଦାବିକରିଥିଲେ । ଯଦି ପିଇଓଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ଆନ୍ଦୋଳନକୁ ଓହ୍ଲାଇବେବୋଲି ଉକ୍ତ ଗ୍ରାମର ଉତ୍ତମ ଦାସ, ସତ୍ୟନାରାୟଣ ବେହେରା, ସନ୍ତୋଷ ବେହେରା, ପ୍ରଦୀପ ଦାସ, ଗୟାଧର ଦାସ, ରୂପକ ଭୋଇ ସମତେ ପ୍ରମୁଖ ବ୍ୟକ୍ତମାନେ ଦାବି କରିଛନ୍ତି । ତେବେ ଏପରି ଅଭିଯୋଗ ହସ୍ତଗତ ହୋଇଛି ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ତଦନ୍ତ କରାଯିବବୋଲି ବିଡ଼ିଓ ଶ୍ରୀ ଦୁର୍ଗା ଚରଣ ମୁର୍ମୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.