Home Coronavirus Outbreak ପୁରୀ ସହରରେ ଦୋକାନ ବଜାର ଗୁଡିକରେ ସାମାଜିକ ଦୂରତା ରହୁନଥିବା ଅଭିଯୋଗ

ପୁରୀ ସହରରେ ଦୋକାନ ବଜାର ଗୁଡିକରେ ସାମାଜିକ ଦୂରତା ରହୁନଥିବା ଅଭିଯୋଗ

65

ପୁରୀ, ୨୮/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ବିଭିନ୍ନ ବଜାର, ହାଟ, ଦୋକାନ ଓ ମଲ ଗୁଡିକରେ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହୁନଥିବା ଦେଖାଯାଏ। ସହରର ବିଭିନ୍ନ ରାସ୍ତା ରେ ଖୋଲାଯାଇଥିବା ଠେଲା ଗାଡି ଗୁଡିକରେ ଜଳିଖିଆ ଦୋକାନ, ଗୁପଚୁପ, ଚାଟ, ମକା ସିଝା ଓ ଅନ୍ୟାନ୍ୟ ଦୋକାନ ଗୁଡିକ ସମ୍ମୁଖରେ ଗ୍ରାହକ ମାନଙ୍କୁ କେବଳ ପାର୍ସଲ ଯୋଗେ ଖାଦ୍ୟ ଦେବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଦୋକାନୀ ମାନେ ଏହାକୁ ଉଲଂଘନ କରି ଦୋକାନ ସମ୍ମୁଖରେ ଗ୍ରାହକ ମାନଙ୍କୁ ଖାଦ୍ୟ ପଦାର୍ଥ ଯୋଗାଉଥିବା ଅଭିଯୋଗ ହେଉଛି। ପ୍ରତ୍ୟେକ ଦୋକାନ ସମ୍ମୁଖରେ ବିନା ମାସ୍କ ରେ ଖାଦ୍ୟ ଯୋଗାଣ ବନ୍ଦ ଲେଖାଯିବା ପାଇଁ ନିୟମ ରହିଥିଲେ ସୁଧା କୌଣସି ଦୋକାନ ସମ୍ମୁଖରେ ଏପରି ଲେଖାଯାଇଥିବା ଦେଖାଯାଉନଥିବା ଅଭିଯୋଗ ହେଉଛି।ସେହିପରି ହୋଟେଲ ଗୁଡିକରେ ମଧ୍ୟ ପାର୍ସଲ ଦେବା ପାଇଁ ନିୟମ ଥିଲେ ମଧ୍ୟ କେତେକ ହୋଟେଲ ଭିତରେ ଗ୍ରାହକ ଙ୍କୁ ବସାଇ ଖାଦ୍ୟ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି। ବିଶେଷ କରି ଟାଉନ ହଲ ଛକ ନିକଟ, କଚେରୀ ନିକଟ, ମୋଚ୍ଚି ସାହି ଛକ, ବଡଦାଣ୍ଡ, ସମୁଦ୍ର କୁଳ ଅଂଚଳ ଓ ଅନ୍ୟାନ୍ୟ ଗଳିକନ୍ଦି ରେ ଖୋଲାଯାଇଥିବା ଦୋକାନ ଗୁଡିକ ସମସ୍ତ ନିୟମ କୁ ଉଲଂଘନ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ମଧ୍ୟ କୁହାଯାଉଛି। ପ୍ରଥମରୁ ଯେପରି ପୁଲିସ ପ୍ରଶାସନ ଓ ଜିଲା ପ୍ରଶାସନ ତତ୍ପରତା ଦେଖାଉଥିଲେ ଏବେ ସେପରି ତତ୍ପରତା ନଥିବା ଦେଖାଯାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.