Home କୋରାପୁଟ  ଜୟପୁର ସଦର ପୋଲିସ ଦ୍ୱାରା ଗଞ୍ଜେଇ  ଜବତ,୨ ଗିରଫ

 ଜୟପୁର ସଦର ପୋଲିସ ଦ୍ୱାରା ଗଞ୍ଜେଇ  ଜବତ,୨ ଗିରଫ

54

କୋରାପୁଟ ୦୮-୦୬ (ଓଡିଆ ପୁଅ /ରଂଜନ ଦାସ) ଜୟପୁର ସଦର ଥାନା ଦ୍ୱାରା କୋଟିଏ ଟଙ୍କାର ଗଞ୍ଜେଇ  ଜବତ କରା ଯାଇଥିବାବେଳେ ଚୋରା ଗଞ୍ଜେଇ  ଚାଲାଣ ଅଭିଯୋଗରେ ୨ଜଣକୁ ଗିରଫ କରାଯାଇଛି ।  କୋରାପୁଟ ଆଡୁ ଜୟପୁରକୁ ଯାଉଥିବା ଏମଏଚ-୧୮ବିଜି ୫୫୪୧ ନମ୍ବର ଥିବା ଏକ ଟ୍ରକରେ  ଗଞ୍ଜେଇ   ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ  ଜୟପୁର ସଦର ଥାନା  ଭାରପ୍ରାପ୍ତ ଅଧିକାରୀ ଏ.ମହାଙ୍କୁଡଙ୍କୁ ମିଳିଥିଲା । ଓଆଇସି  ମହାଙ୍କୁଡଙ୍କ ନିର୍ଦ୍ଦେଶରେ ସବ-ଇନସପେକ୍ଟର ଏନ.କେ.ଟପ୍ପୋ ଓ ପୋଲିସ କର୍ମଚାରୀ  ୨୬ ନଂ ଜାତୀୟ ରାଜପଥର ଜୟପୁର-କୋରାପୁଟ ଘାଟିରେ  ଗାଡିକୁ ଅପେକ୍ଷା କରି ରହିଥିଲେ । ଟ୍ରକ ପହଂଚିବା ମାତ୍ରେ ପୋଲିସ ଟିମ ଗାଡିକୁ  ଅଟକାଇ ଚେକିଂ କରିବା ବେଳକୁ ଗାଡିରେ ଥିବା ୨୦୦ଟି ପ୍ୟାକେଟରୁ  ୧୦୯୯ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା ।  ପୋଲିସ ଟ୍ରକ  ଗଞ୍ଜେଇ ଜବତ କରିଥିବାବେଳେ  ଘଟଣାରେ ମହାରାଷ୍ଟ୍ର  ଜଲଗାଓଁ ଜିଲା କାସୋଡା ଥାନା ଭାନଖୋଟେ ଗ୍ରାମର ଚନ୍ଦ୍ରକାନ୍ତ ସୁବାସ ପଟ୍ଟିଲ(୫୦) ଓ ଫାରଖଣ୍ଡି ଗ୍ରାମର ରାଜେନ୍ଦ୍ର ଦେବୀଦାସ ପାଟ୍ଟିଲ(୩୦)କୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ବଜାର ଦର ୧କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ  ଅଭିଯୁକ୍ତ ମାନଙ୍କ ଠାରୁ  ପୋଲିସ ୨ଟି ମୋବାଇଲ ଫୋନ୍ ଜବତ କରି ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.