Home କୋରାପୁଟ  କୋରାପୁଟ ଜିଲ୍ଲାରେ ୩୧ଜଣ କରୋନା ପଜିଟିଭ ଚିହ୍ନଟ

 କୋରାପୁଟ ଜିଲ୍ଲାରେ ୩୧ଜଣ କରୋନା ପଜିଟିଭ ଚିହ୍ନଟ

22

କୋରାପୁଟ ୧୨-୦୭(ଓଡିଆ ପୁଅ /ରଂଜନ ଦାସ)ସୋମବାର କୋରାପୁଟ ଜିଲ୍ଲାରେ  ୧୫ଜଣ ମହିଳାଙ୍କ ସମେତ   ୩୧ ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୬୧୬ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୧୩,ଜୟପୁର ପୌରାଂଚଳରୁ ୧୦ ଓ  ସୁନାବେଡା ପୌରାଂଚଳରୁ ଜଣେ ପଜିଟିଭ୍ ଚିହ୍ନଟ  ହୋଇଛନ୍ତି ।  ସେହିପରି  ଆଜି  ବୋରିଗୁମ୍ମା ବ୍ଲକରୁ ୧,ଦଶମନ୍ତପୁର ବ୍ଲକରୁ ୨,ଜୟପୁର ବ୍ଲକରୁ ୨ ଓ କୋରାପୁଟ ବ୍ଲକରୁ ୨ ଜଣ  ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ କୋଟପାଡ ଏନଏସି ସମେତ  ବନ୍ଧୁଗାଁ,ବୈପାରିଗୁଡା,କୋଟପାଡ,କୁନ୍ଦୁରାରୁ ,ଲମତାପୁଟ, ଲକ୍ଷ୍ମୀପୁର,ନନ୍ଦପୁର,ନାରାୟଣପାଟଣା,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା  ବ୍ଲକରୁ  ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୧୨  ତାରିଖ ସୁଦ୍ଧା ୪ ଲକ୍ଷ   ୧୬ ହଜାର  ୧୧୬ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୦୫୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୪୯୩ ଟି ସକ୍ରୀୟ କେସ  ରହିଛି ।  ଜିଲ୍ଲାରେ  ସୋମବାର  ସୁଦ୍ଧା  ମୋଟ ମୃତ୍ୟୁ ସଂଖ୍ୟା ୬୭   ରହିଛି  ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.