Home କୋରାପୁଟ ଜୟପୁର ଅବକାରୀ ବିଭାଗ ଦ୍ୱାରା ଦେଢଲକ୍ଷ ଟଙ୍କାର ଗଞ୍ଜେଇ  ଜବତ,୩ ଗିରଫ

ଜୟପୁର ଅବକାରୀ ବିଭାଗ ଦ୍ୱାରା ଦେଢଲକ୍ଷ ଟଙ୍କାର ଗଞ୍ଜେଇ  ଜବତ,୩ ଗିରଫ

72

କୋରାପୁଟ ୩୧-୦୭(ଓଡିଆ ପୁଅ /ରଂଜନ ଦାସ) ଜୟପୁର ଅବକାରୀ ବିଭାଗ ଦ୍ୱାରା ପେପରମିଲ ଛକ  ନିକଟରୁ ଦେଢ ଲକ୍ଷ ଟଙ୍କାର ଗଞ୍ଜେଇ  ଜବତ କରାଯିବା ସହ ଘଟଣାରେ ୩ଜଣକୁ ଗିରଫ କରାଯାଇଥିବା ଜଣାପଡିଛି ।  ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ସଦର ଥାନା ପାକନାଗୁଡା ଗ୍ରାମର ପରେଶ କୁମାର ନାୟକ,ହାଟକଙ୍ଗା ଗ୍ରାମର ଯୋଗେଶ ହରିଜନ ଓ ହରେଶ ହରିଜନ । ପେପରମିଲ ଆଡୁ ଜୟପୁରକୁ ଏକ ଅଟୋରିକ୍ସାରେ  ଗଞ୍ଜେଇ  ଚୋରା ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ  ଅବକାରୀ ନିରୀକ୍ଷକ ଧୃବଦଳ ବିଶ୍ୱାଳଙ୍କୁ ମିଳିଥିଲା । ଇନସପେକ୍ଟର ବିଶ୍ୱାଳଙ୍କ ସହ ଜୟପୁର ଅବକାରୀ ଓଆଇସି ସଂଜୟ କୁମାର କାଣ୍ଡି ଓ ଅନ୍ୟମାନେ ପେପରମିଲ ଛକରେ ଅଟୋରିକ୍ସାକୁ  ଚେକିଂ କରିବା ବେଳକୁ ଗାଡିରୁ ଏକ ଜରି ଅଖାରେ ଥିବା ୧୫ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା ।  ଉକ୍ତ ଗଞ୍ଜେଇ  ଓ ଅଟୋରିକ୍ସାକୁ ଜବତ କରି ଅବକାରୀ ଟିମ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.