Home କୋରାପୁଟ କୋରାପୁଟ ଜିଲ୍ଲାରେ ୧୪ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୧୪ଜଣ କରୋନା ପଜିଟିଭ ଚିହ୍ନଟ

20

କୋରାପୁଟ ୩୧-୦୭(ଓଡିଆ ପୁଅ/ରଂଜନ ଦାସ)ଶନିବାର କୋରାପୁଟ ଜିଲ୍ଲାରେ  ୬ଜଣ ମହିଳାଙ୍କ ସମେତ ୧୪ ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୮୨୦ ରେ ପହଂଚିଛି ।  ଆଜି  ଚିହ୍ନଟ ମାନଙ୍କ ମଧ୍ୟରେ କୋରାପୁଟ ପୌରାଂଚଳରୁ ୨,ଜୟପୁର ପୌରାଂଚଳରୁ ୧,ସୁନାବେଡା ପୌରାଂଚଳରୁ ୪ ଓ କୋଟପାଡ ଏନଏସିରୁ ଜଣେ ରହିଥିବାବେଳେ ବୋରିଗୁମ୍ମା,ଦଶମନ୍ତପୁର,ଜୟପୁର,କୋରାପୁଟ ଏବଂ ଲକ୍ଷ୍ମୀପୁର  ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିାବନ୍ଧୁଗାଁ,ବୈପାରିଗୁଡା,କୋଟପାଡ,କୁନ୍ଦୁରା,ଲମତାପୁଟ,ନନ୍ଦପୁର, ନାରାୟଣପାଟଣା,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା ବ୍ଲକରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୩୦  ତାରିଖ ସୁଦ୍ଧା ୫ ଲକ୍ଷ   ୨୨  ହଜାର  ୭୮୨ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୫୮୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୧୬୫ ଟି ସକ୍ରୀୟ କେସ ରହିଛି ।  ଆଜି  ସୁଦ୍ଧା  ଜିଲାରେ ମୋଟ  ମୁତ୍ୟୁ ସଂଖ୍ୟା ୭୨ରେ  ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.