Home କୋରାପୁଟ ଅନଲାଇନ ପରୀକ୍ଷା ପଦ୍ଧତିର ଗୁରୁତ୍ୱ ଶୀର୍ଷକ ଅନଲାଇନ ଆଲୋଚନାଚକ୍ର

ଅନଲାଇନ ପରୀକ୍ଷା ପଦ୍ଧତିର ଗୁରୁତ୍ୱ ଶୀର୍ଷକ ଅନଲାଇନ ଆଲୋଚନାଚକ୍ର

66

କୋରାପୁଟ ୩୧-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗ ଆନୁକୁଲ୍ୟରେ କୋଭିଡ-୧୯ ପରିସ୍ଥିତିରେ ଅନଲାଇନ ପରୀକ୍ଷା ପଦ୍ଧତିର ଗୁରୁତ୍ୱ ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଇତିହାସ ବିଭାଗର ମୁଖ୍ୟ ତଥା ନାବ ଓଡିଶାର ଅବୈତନିକ ଇନକ୍ଲୁସିଭ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନଲାଇନ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି ।ବର୍ତମାନର ସଂକଟମୟ ପରିସ୍ଥିତିରେ ଅନଲାଇନ ପରୀକ୍ଷା ମାଧ୍ୟମରେ ଓଡିଶାର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ  ସୁରକ୍ଷିତ ରଖିବା ପାଇଁ ଓଡିଶା ସରକାରଙ୍କ ଏହି ସ୍ୱାଗତଯୋଗ୍ୟ ପଦକ୍ଷେପକୁ ପ୍ରଫେସର ଦାଶ ଉଚ୍ଚ ପ୍ରଶଂସା କରିଥିଲେ ।ତେବେ କୋରାପୁଟ ଭଳି ଓଡିଶାର ବିଭିନ୍ନ ଉପାନ୍ତ ଇଲାକାରେ ଅନଲାଇନ ଶିକ୍ଷା ପାଇଁ ଭିତିଭୂମିର ବିକାଶ କରାଯାଇପାରିଲେ ଏହା ଅଧିକା ଲୋକାଭିମୁଖୀ ହୋଇପାରିବ ବୋଲି ଅତିଥି ଓ ସଭ୍ୟମାନେ ମତବ୍ୟକ୍ତ କରିଥିଲେ ।ଉକ୍ତ ଆଲୋଚନାଚକ୍ରରେ ଓଡିଶାର ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲାର ପୂର୍ବତନ ଡିଏଲସି ପ୍ରଫେସର ଜୟନ୍ତ ମହାନ୍ତି ଓ ଟିଟିଲାଗଡର ଇରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷୟତ୍ରୀ ସରିତା ମହାପାତ୍ର ଯୋଗଦେଇଥିଲେ ।ସେମିନାର ସଂଯୋଜକ ମିନତୀ ପାଣିଗ୍ରାହୀ ଓ ଛାତ୍ରୀ ସରିତା ଭତ୍ରା ଯୋଗଦେଇ ପରିଚାଳନାରେ ସହ ଯୋଗ କରିଥିଲେ ।ସିମ୍ରମ ନାୟକ, ସବିତା ଖୁଜୁରିପୁଟିଆ ଓ ରଞିତା ହନ୍ତାଲ ପ୍ରମୁଖ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ଶେଷରେ ମହାବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.