Home କେନ୍ଦୁଝର ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ତିନିଶହ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ତିନିଶହ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

44

ହାଟଡ଼ିହି, ୨୭ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ବର୍ତ୍ତମାନ କରୋନା ଲକଡାଉନ ସମୟରେ ଗରିବ ଲୋକମାନେ ନାନା ସମସ୍ୟାରେ ରହିଥିବାବେଳେ ବାତ୍ୟା ‘ୟାସ’ ମଧ୍ୟ ଅନେକ କ୍ଷୟକ୍ଷତି ଘଟାଇବାରୁ ଲୋକମାନେ ନାନା ଦୁଶ୍ଚିନ୍ତାରେ କାଳ କାଟୁଛନ୍ତି । ଏପରି ସମୟରେ ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ଶାଳଣିଆଁ ଠାରେ ତିନଶହରୁ ଉର୍ଦ୍ଧ ଲୋକଙ୍କୁ ରାସନ ସାମଗ୍ରୀ ଓ ବସ୍ତ୍ର ବଣ୍ଟନ କରାଯାଇଛି । ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଉମାକାନ୍ତ ରାଉତ, ସଂଯୋଜକ ରମେଶ ସାମଲ, କିଶୋର ସିଂ, ଶୁଭମ ରାଜଲକ୍ଷ୍ମୀ ବେହେରା, କମଳାକାନ୍ତ ରାଉତ ପ୍ରମୁଖ ଯୋଗଦେଇ ତିନିଶହରୁ ଉର୍ଦ୍ଧ ପରିବାରକୁ ଚାଉଳ, ଡାଲି, ଆଳୁ, ପିଆଜ, ବିସ୍କୁଟ, ତେଲ, ଶାଢ଼ୀ, ଲୁଙ୍ଗି ଆଦି ବଣ୍ଟନ କରିଥିଲେ । ସାଧାରଣ ଲୋକମାନେ ଏହିସବୁ ସାମଗ୍ରୀ ପାଇବାପରେ ନିଜର ଖୁସିବ୍ୟକ୍ତ କରିବା ସହିତ ଅନୁଷ୍ଠାନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନାଙ୍କୁ ତାଙ୍କର ଏହି ମହତ କାମପାଇଁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.