Home କେନ୍ଦୁଝର କ୍ଷୁଦ୍ରଗଳ୍ପ ପାଠୋତ୍ସବ ଓ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

କ୍ଷୁଦ୍ରଗଳ୍ପ ପାଠୋତ୍ସବ ଓ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

24

ହାଟଡ଼ିହି, ୨୭ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସାହିତ୍ୟଘର ପକ୍ଷରୁ ଏକ କ୍ଷୁଦ୍ରଗଳ୍ପ ଆସର ଅନୁଷ୍ଠିତ ହୋଇଯାଇଛି । ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଠାରେ କିଶୋର ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାକହତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସ୍ତମ୍ବକାର ତଥା ବର୍ଷୀୟାନ ଗାଳ୍ପିକ ଗୋବିନ୍ଦ ଚନ୍ଦ୍ର ପାଣୀଗ୍ରାହୀ ସଭାପତିତ୍ୱ କରିଥିଲେ । ତାଙ୍କ ମତରେ ଭଲ ଗଳ୍ପଟିଏ ଖାଲଇ ମନୋରଞ୍ଜନ ଦିଏନାହିଁ ବରଂ ସାମାଜିକ ପରିବର୍ତ୍ତନ ଆଣେ, ଯେତେବେଳେ ଗାଳ୍ପିକଙ୍କ ପରବର୍ତ୍ତୀ ଗଳ୍ପ ପଢ଼ିବାକୁ ପାଠକ ଅପେକ୍ଷା କରିଥାନ୍ତି ସେତେବେଳ ହିଁ ଗାଳ୍ପିକଟି ତାର କାହାଣୀ ରଚନାର ସାର୍ଥକତା ପାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଶିଶୁ ସାହିତ୍ୟିକ ତଥା ଗାଳ୍ପିକ ରତ୍ନାକର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରୁ ଗଳ୍ପ ବିଭାଗଟି ବଳିଷ୍ଠ ତଥା ଗାଳ୍ପିକର ଭାବନାକୁ ପରିପ୍ରକାଶ କରିବାରେ ସାମଥ୍ୟ ରଖିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କ୍ଷୁଦ୍ରଗଳ୍ପ ପାଠୋତ୍ସବରେ ବିଦ୍ୟୁତପ୍ରଭା ଦେଓ, ସରଳା ମହାପାତ୍ର, ବନମାଳୀ ଜେନା, ଶୁଭଦ୍ରା ସ୍ୱାଇଁ, ଦେବୀକା ଖୁଣ୍ଟିଆ, ନାରାୟଣ ଚନ୍ଦ୍ର ଲେଙ୍କା, ଶିଶିର କୁମାର ବିଶ୍ୱାଳ, ପ୍ରମୁଖ ନିଜନିଜ ଶୈଳୀରେ ଗଳ୍ପପାଠ କରିଥିଲେ । ପରେ ଆଗାମୀ ବାର୍ଷିକ ଉତ୍ସବ ପାଳନ କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବାର୍ଷିକ ଉତ୍ତବର ଚୁଡାନ୍ତ ରୁପରେଖ ଆସନ୍ତା ବୈଠକରେ ସ୍ଥିର କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ପରିଶେଷରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.