Home ଜିଲ୍ଲା ପରିକ୍ରମା ଜେସିସିକୁ ହରାଇ ସାରଙ୍ଗପୁର କ୍ରିକେଟ ଟିମ୍ ସେମିରେ

ଜେସିସିକୁ ହରାଇ ସାରଙ୍ଗପୁର କ୍ରିକେଟ ଟିମ୍ ସେମିରେ

40

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମ ଠାରେ ଧାମନଗର ସ୍ପୋଟିଂ କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ରାମେଣ୍ଟର ଆଜି ତୃତୀୟ କ୍ୱାଟର ଫାଇନାଲରେ ଜେସିସି ଦଶରଥପୁର ଓ ସାରଙ୍ଗପୁର ଯାଜପୁର ରୋଡ଼ ଟିମ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସାରଙ୍ଗ କ୍ରିକେଟ ଟିମ୍ ଟସ୍ ଜିଣି ୧୬ଓଭରରେ ୩ଉଇକେଟ ହରାଇ ୧୭୩ରନ୍ କରିଥିବାବେଳେ ଜେସିସି ୧୬ଓଭରରେ ୫ଉଇକେଟ ହରାଇ ୧୪୦ରନ୍ କରି ପରାଜୟ ବରଣ କରିଥିଲେ । ଏହି ଖେଳରେ ମେନ୍‌ଅଫଦି ପ୍ଲେୟାର ସତ୍ୟଜିତ୍ ଦାସ ହୋଇଥିଲା । ଏହି ଖେଳରେ ରାଜେଶ ବେହେରା, ସତ୍ୟପ୍ରକାଶ ରାଉତ ଖେଳ ପରିଚାଳନା କରିଥିଲେ । ଏହି ତୃତୀୟ କ୍ୱାଟର ଫାଇନାଲ ମ୍ୟାଚକୁ ନଗର ବିଜୁ ଜନତାଦଳର ଯୁବ ସଭାପତି ସେକ୍ ସୟଫୁଦ୍ଦିନ୍ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.