Home ଜିଲ୍ଲା ପରିକ୍ରମା ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ସହାୟତା ପ୍ରଦାନ

ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ସହାୟତା ପ୍ରଦାନ

101

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ଖାଦ୍ୟସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍ ଯୋଜନାରେ କୋଭିଡ଼ ସହାୟତା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଶୁଭାରମ୍ଭ କରିବା ପରେ ଧାମନଗର ବ୍ଲକରେ ମଧ୍ୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ହିତାଧିକାରୀ ମାନଙ୍କୁ ୧ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ ଯୋଗଦେଇ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଠିଉନ୍ନୟନ ଅଧିକାରୀ ଦୁର୍ଗାଚରଣ ମୁର୍ମୁ, ଅତିରିକ୍ତ ଗୋଷ୍ଠିଉନ୍ନୟନ ଅଧିକାରୀ ଶର୍ମିଷ୍ଠା ମଲ୍ଲିକ, ଯୋଗାଣ ଅଧିକାରିଣୀ ଶ୍ରୀମତୀ ଅନିବେଶାନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ । ଧାମନଗର ବ୍ଲକର ୩୭ହଜାର ୭୦୪ ଓ ଧାମନଗର ବିଜ୍ଞାପିତ ପରିଷଦର ୪ହଜାର ୨୫୨ଜଣ ହିତାଧିକାରୀଙ୍କୁ ଏହି ସହାୟତା ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ବଣ୍ଟନ ଶେଷ କରାଯିବବୋଲି ଯୋଗାଣ ଅଧିକାରିଣୀ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.