Home ଜିଲ୍ଲା ପରିକ୍ରମା ଖବର ପ୍ରକାଶ ପରେ ମରାମତି ହେଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

ଖବର ପ୍ରକାଶ ପରେ ମରାମତି ହେଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

29

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ମହାନ୍ତିପଡ଼ା-ଇଟୁଆ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ମରାମତି କାର୍ଯ୍ୟ ବିଭାଗ ତରଫରୁ କରାଯାଉଛି । ବିଭିନ୍ନ ବାଲିଘାଟରୁ ହାଇୱା ଓ ଅନ୍ୟାନ୍ୟ ଗାଡି ସାହାର୍ଯ୍ୟରେ ପ୍ରତିଦିନ ବାଲି ଉଠାଯାଉଥିବାରୁ ଏହି ରାସ୍ତା ଦେଇ ଗାଡି ଗୁଡିକ ଯିବା ଆସିବା କରୁଥାନ୍ତି । ଯଦ୍ୱାରା ରାସ୍ତାର ବିଭିନ୍ନ ସ୍ଥାନରେ ବଡ ଗର୍ତ୍ତମାନ ସୃଷ୍ଟିହେବା ସହିତ ଖାଲଖମାରେ ପରିପୂର୍ଣ୍ଣ ହୋଇଥିଲା । ଯାହାଫଳରେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଉକ୍ତ ରାସ୍ତାଟି ଆଗରପଡା ମୁଖ୍ୟ ବଜାରକୁ ସଂଯୋଗ କରୁଥିବାରୁ ଏହା ଉପରେ କାଣ୍ଡବା ,ଅମରସିଂହପୁର, ସାହୁପଡା, ତୁଳିପଦା, ଗୋପିନାଥପୁର,ମାର୍କଣ୍ଡପୁର, ତାଜିପୁର, ଚକ୍ରାପାଢୀ, ତେଲନଟି, ପାହାଡପୁର, ସନ୍ଦାଡୋ ଓ ପାଶ୍ୱବର୍ତ୍ତୀ ବାଲେଶ୍ୱର ଜିଲ୍ଲାର ବରଦା ପଞ୍ଚାୟତର ନିର୍ଭର କରୁଥିବା ବାସିନ୍ଦା ଘୋର ଅସୁବିଧାର ସମ୍ମୁଖିନ ହେଉଥିଲେ । ବର୍ଷାଋତୁରେ ରାସ୍ତାର ଖାଲରେ ପାଣି ଜମିବା ସହିତ ଗାଡିମୋଟର ଯିବା ଆସିବା କରିବାରେ ବହୁ ଅସୁବିଧା ହେଉଥିଲା । ଜରୁରୀ କାଳୀନ ପରିସ୍ଥିତରେ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ,ଦମକଳ ଆଦି ଗାଡି ଯିବା ଆସିବା କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗୋଟିଏ ପଟେ ବାଲିଘାଟରୁ ବାଲି ଉଠି ସରକାରଙ୍କ ରାଜସ୍ୱକୁ ଅର୍ଥ ଯାଉଥିବା ବେଳେ ଅପରପଟେ ଭାରୀଯାନ ଗୁଡିକ ବାଲି ନେଇ ଦିନ ବେଳା ଯିବା ଆସିବା କରିବା ଫଳରେ ରାସ୍ତା ଅବସ୍ଥା ଶୋଚନୀୟ ହେବା ନେଇ ବିଭାଗୀୟ ଅଧିକାରୀ ଦୃଷ୍ଟି ନଦେବା ସରକାରଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦେଶ କରୁଥିଲା । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଥିଲା । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଏଥିନେଇ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଥିଲେ ଏବଂ ବର୍ଷା ଦିନ ପରେ ରାସ୍ତା ମରାମତି କାର୍ଯ୍ୟ ହେବ ବେଲି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.