Home ଓଡ଼ିଶା ଜେଲରୁ କଏଦୀ ଛୁ

ଜେଲରୁ କଏଦୀ ଛୁ

275

ତପନର ଘର ଫତେଗଡ଼ ଥାନା ଅଧୀନ କରବର ଗାଁ  ହାଡୁଆସାହି ବୋଲି ଜଣା ପଡ଼ିଛି । ଫତେଗଡ଼ ପୋଲିସ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତାକୁ କୋର୍ଟ ଚାଲାଣ କରିଥିଲା । ତେବେ ତାର ଜାମିନ ନାମଞ୍ଜୁର ହେବାରୁ ସେ ଏହି ଉପ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଥିଲା । ଗତ ମେ ମାସ ୧୦ ତାରିଖ ଦିନ ତପନ ଜେଲ କର୍ମଚାରୀଙ୍କୁ ଚକମା ଦେଇ ଖସି ପଳାଇଥିଲା ।

ମାତ୍ର ଖଣ୍ଡପଡା ଏବଂ ଫତେଗଡ଼ ପୋଲିସ ମିଳିତ ଚଢ଼ାଉ କରି ତାକୁ ମେ ୧୧ ତାରିଖ ଦିନ ଧରିଥିଲେ । ଏନେଇ ଖଣ୍ଡପଡା ଥାନାରେ ଏକ ମାମଲା ହେବା ସହ ଜଣେ ଜେଲ କର୍ମଚାରୀ ନିଲମ୍ବିତ ହୋଇଥିଲେ । ଆଜି ଜିଲ୍ଲା ଜଜ ପରିଦର୍ଶନ କରିବାକୁ ଆସୁଥିବାରୁ ଜେଲ ଅନ୍ତେବାସୀମାନେ ସଫେଇ କରୁଥିବା ବେଳେ ତପନ  ପୁଣି ଥରେ ଖସି ପଳାଇ ଯିବାକୁ ସକ୍ଷମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.