Home ଜଗତସିଂହପୁର ଜେପିଭିଟି ଆସୋସିଏସନ୍ ର କାର୍ଯ୍ୟକାରିଣୀ ବୈଠକ

ଜେପିଭିଟି ଆସୋସିଏସନ୍ ର କାର୍ଯ୍ୟକାରିଣୀ ବୈଠକ

76

ଜଗତସିଂହପୁର ୩୧/୦୭ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) ଜଗତସିଂହପୁର ସହରର ସ୍ତାନୀୟ ଡାଏମଣ୍ଡ ମଣ୍ଡପରେ ଜଗତସିଂହପୁର ଫଟୋଗ୍ରାଫର୍ସ ଆଣ୍ଡ ଭିଡିଓଗ୍ରାଫର୍ସ ଟ୍ରେଡର୍ ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଶ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ।ନୁଷ୍ଠିତ ହୋଇଯାଇଛି। ଆଗାମୀ ଅଗଷ୍ଟ ୧୯ତାରିଖ ଫ୍ୱାର୍ଲଡ ଫଟୋଗ୍ରାଫର୍ସ ଡେ ପାଳନ ଓ ଆସୋସିଏସନର ବାର୍ଷିକ ଉତ୍ସବ ନିମନ୍ତେ ବିଭିନ୍ନ ପ୍ରସ୍ଥାବ ଗୃହିତ ହୋଇଥିଲା। ଜେପିଭିଟିର ପୂରାତନ ସଭ୍ୟମାନଙ୍କୁ ପୂନର୍ବାର ସଭ୍ୟଭୁକ୍ତ କରି ଏହାକୁ ସୁଦୃଢ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ବାର୍ଷିକ ଉତ୍ସବରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରି ମହାସମାରୋହରେ ପାଳନ କରିବାକୁ ସମସ୍ତ ସଦସ୍ୟ ମତାମତ ରଖିଥିଲେ। ସଭାପତି ଶ୍ରୀ ମହେଶ୍ୱର ମହାନ୍ତି ଅଧ୍ୟକ୍ଷତା କରଥିବାବେଳେ ସଂପାଦକ ଶ୍ରୀ ଶୁଭଙ୍କର ଜେନା ପ୍ରସ୍ତାବ ରଖିଥିଲେ।

ଏହି ବୈଠକରେ ଜିଲ୍ଲାର ସବୁ ପ୍ରାନ୍ତର ସଦସ୍ୟ ଙ୍କ ସହିତ ଉପଦେଷ୍ଟା ଶ୍ରୀ ପଂଚାନନ ପ୍ରଧାନ, ଶ୍ରୀ ସୁକାନ୍ତ ଦାସ ପ୍ରମୁଖ ଯୋଗଦେଇଥିଲେ। ଲାଲା ସଂଗ୍ରାମ କେଶରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.